ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅନୁକମ୍ପାରେ ପ୍ରାୟ ୮୦ ଲକ୍ଷ ଟଙ୍କା ବିନିଯୋଗରେ ବିଧାୟକଙ୍କ ଫାର୍ମ ହାଉସରେ ପାଣି ଟାଙ୍କି ନିର୍ମାଣ ଅଭିଯୋଗ..! ବିବାଦ ପିଛା ଛାଡ଼ୁନି ବିଧାୟକଙ୍କ କାର୍ଯ୍ୟ କଳାପ କୁ ନେଇ…..!

puja26

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକଙ୍କ କାରନାମା ଏବେ “ସରକାର କା ମାଲ୍ ଦରିଆ ମେ ଡାଲ୍” ଭଳି ହୋଇଛି। ଆସିକା ବିଧାୟକଙ୍କ ଫାର୍ମ ହାଉସରେ ସରକାରୀ ଟଙ୍କାରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ବିବାଦ ସହ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଆସିକା ବିଧାୟକ ଭାଇନାଙ୍କ ନାମରେ ଏବେ ଆଉ ଏକ ସଙ୍ଗିନ ଅଭିଯୋଗ ଆଣିଛି ଆସିକା ବିଜେଡି। ବିଧାୟକଙ୍କ କୁକୁଡ଼ା ଫାର୍ମ ହାଉସରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ପ୍ରାୟ ୮୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ଏକ ବୃହତ୍ ପାଣି ଟାଙ୍କି ନିର୍ମାଣ କରାଯାଇଥିବା ସମ୍ପର୍କରେ ଆସିକା ବିଜେଡି ପକ୍ଷରୁ ସିଧାସଳଖ ଅଭିଯୋଗ କରାଯାଇଛି।

ଏହି ସମ୍ପର୍କରେ ସୂଚନା ଅଧିକାର ଆଇନ (ଆରଟିଆଇ) ମାଧ୍ୟମରେ ତଥ୍ୟ ମଗାଯାଇଥିଲେ ହେଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଭୟରେ କୌଣସି ସଠିକ୍ ତଥ୍ୟ ପ୍ରଦାନ କରିବାକୁ ସାହସ କରୁନାହାନ୍ତି ବୋଲି କୁହାଯାଇଛି। ସାଧାରଣ ଲୋକଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ସରକାରୀ ଅର୍ଥକୁ କିଭଳି ଭାବେ ବ୍ୟକ୍ତିଗତ ସ୍ୱାର୍ଥରେ ବ୍ୟବହାର କରାଯାଉଛି, ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ରାଜନୈତିକ ମହଲ ତଥା ଜନସାଧାରଣରେ ଦାବି ଜୋର୍ ଧରିଛି।

ad-week
Leave A Reply

Your email address will not be published.