ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ମିଳିଲା ସରକାରୀ ବାସଭବନ

youtube

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ବାସଭାବନ ଛାଡିବାର ଗୋଟିଏ ବର୍ଷ ପରେ ମଧ୍ୟ ଆମ୍ ଆଦମୀ ପାର୍ଟିର ପ୍ରମୁଖ କିମ୍ବା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ଶେଷରେ ଏକ ନୂଆ ସରକାରୀ ବାସଭବନ ମିଳିଛି । ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ପରେ ଏହି ନିଷ୍ପତ୍ତି ଆସିଛି । ଯେଉଁଠାରେ ସେ ଜଣେ ରାଜନୈତିକ ଦଳର ଜାତୀୟ ସଭାପତି ଭାବରେ ବାସଭବନ ପାଇଁ ଅନୁରୋଧ କରିଥିଲେ ।

ସୂଚନାନୁଯାୟୀ, ଗୋଟିଏ ବର୍ଷର ଅପେକ୍ଷା ପରେ ଶେଷରେ ଗତକାଲି କେନ୍ଦ୍ର ସରକାର ବାସଭବନ ଆବଣ୍ଟନ ଘୋଷଣା କରିଛନ୍ତି । ଆମ ଆଦମୀ ପାର୍ଟି ନେତା ବାସଭବନକୁ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି  । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ଅରବିନ୍ଦ କେଜରିୱାଲ ତାଙ୍କ ସାଂସଦ ସଞ୍ଜୟ ସିଂହଙ୍କ ସରକାରୀ ବାସଭବନରେ ରହୁଥିଲେ । ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅରବିନ୍ଦ କେଜିରୱାଲ । ସରକାରୀ ବାସଭବନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଯାହା ଏବେ ପୂରଣ ହୋଇଛି । କେଜରିୱାଲଙ୍କ ନୂତନ ବାସଭବନ, ଯାହା ପ୍ରାୟ ୫ହଜାର ବର୍ଗଫୁଟ ପରିମିତ, ଦୁଇ ପାର୍ଶ୍ୱରେ ଲନ୍ ସମେତ ଏକ ଅଫିସ୍ ରହିଛି ।

ଅନ୍ୟପଟେ ଯଦି କେଜିରୱାଲଙ୍କ ଇସ୍ତଫା ଦେବା ପର କଥା କୁହାଯାଏ ତେବେ ତାଙ୍କର ସ୍ଥାୟୀ ସରକାରୀ ବାସଭବନ ନଥିଲା । ଫ୍ଲାଗଷ୍ଟାଫ୍ ରୋଡରେ ଥିବା ତାଙ୍କ ସରକାରୀ ବାସଭବନ ଛାଡିବା ପରେ, ସେ ଅସ୍ଥାୟୀ ଭାବରେ ପଞ୍ଜାବର ଆପ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କ ୫, ଫିରୋଜଶାହା ରୋଡରେ ଥିବା ଘରେ ରହିଥିଲେ । ଏହାରି ମଧ୍ୟରେ ଦିଲ୍ଲୀ ସରକାର କେନ୍ଦ୍ରରେ ଥିବା ବଙ୍ଗଳାକୁ ଏକ କ୍ୟାଣ୍ଟିନ୍ ସହିତ ଏକ ରାଜ୍ୟ ଅତିଥି ଗୃହରେ ପରିଣତ କରିବାକୁ ଯୋଜନା କରୁଛନ୍ତି । ଯାହା କେଜରିୱାଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ପାଇଁ ପୁନଃନିର୍ମିତ କରାଯାଇଥିଲା । ଏଥି ସହ ସିଭିଲ୍ ଲାଇନ୍ସର ଫ୍ଲାଗଷ୍ଟାଫ୍ ରୋଡରେ ଥିବା ବଙ୍ଗଳା ନମ୍ବର ୬ ସହରରେ ଖାଦ୍ୟ ପରିବେଷଣ କରୁଥିବା ଏକ କ୍ୟାଣ୍ଟିନ୍ ରହିବ । ଯାହାର ସୁବିଧା ସାଧାରଣ ଲୋକଙ୍କ ପାଇଁ କରାଯିବ ।

Leave A Reply

Your email address will not be published.