ଉଡ଼ାଣ ବେଳେ ପକ୍ଷୀ ମାଡ଼, ଏୟାର ଇଣ୍ଡିଆର ବିମାନ ବାତିଲ

add-all

ନୂଆଦିଲ୍ଲୀ: କଲମ୍ବୋରୁ ଚେନ୍ନାଇ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଅଘଟଣ । ମଙ୍ଗଳବାର ବାର୍ଡ ହିଟ ଯୋଗୁଁ ବିମାନକୁ ବାତିଲ କରାଯାଇଥିବା  ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ଘଟଣା ସମୟରେ ବିମାନରେ ୧୫୮ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ତେବେ ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇ ସେଥିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।

ଏହି ଘଟଣା ପରେ ବିମାନକୁ ଗ୍ରାଉଣ୍ଡ କରାଯାଇ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା। ତେବେ ଏହାର ସୁରକ୍ଷା ଦୃଷ୍ଟିରୁ ବିମାନ କମ୍ପାନୀ ପ୍ରତ୍ୟାବର୍ତ୍ତନ ବିମାନ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ଘଟଣାରେ ପ୍ରଭାବିତ ଯାତ୍ରୀମାନଙ୍କ ପାଇଁ ବିମାନ କମ୍ପାନୀ ଅନ୍ୟ ଏକ ବିମାନ ବ୍ୟବସ୍ଥା କରିଥିଲା। ଉକ୍ତ ବିମାନରେ ୧୩୭ ଜଣ ଯାତ୍ରୀ କଲମ୍ବୋ ଅଭିମୁଖେ ଯାତ୍ରା କରିଥିଲେ।

ad-week
Leave A Reply

Your email address will not be published.