ପୋଲିସ ଏସ ଆଇ ଦୁର୍ନୀତି କରିଲା କିଏ ଦଣ୍ଡ ପାଉଛି କିଏ….?

youtube

ମାର ମାର ଭଣ୍ଡାରୀଆ କୁ ମାର ନିତୀ ଅବଲମ୍ବନ କରୁଛି ତଦନ୍ତ …..!

ଭୁବନେଶ୍ୱର: ପୋଲିସ ଏସ.ଆଇ ନିଯୁକ୍ତି ପରୀକ୍ଷାରେ କେନ୍ଦ୍ର ଗୃହ ମନ୍ତ୍ରୀ ଗୁଜୁରାଟ ମୋଡେଲର ସମ୍ପୃକ୍ତି ଥିବା ଚର୍ଚ୍ଚା ହେଲାଣି। ଗତ ସାଧାରଣ ନିର୍ବାଚନ ରେ ଓଡ଼ିଆ ଅସ୍ମିତା ବୋଲି କ୍ଷମତାକୁ ଆସିଥିବା ବିଜେପି ଦଳର ଓଡିଶା ରେ ଅସ୍ତିତ୍ୱ କିଛି ନାହିଁ। ଯାହାକି ସରକାର କୁ ଆସିବା ପରେ ମୁଖ୍ୟ ସଚିବ ଏବଂ ପୋଲିସ ବିଭାଗର ମୁଖ୍ୟ ଅଧିକାରୀ ଦ୍ୱୟଙ୍କୁ ଗୁଜୁରାଟ ମୋଡେଲ ନିର୍ଦ୍ଧେଶ ପ୍ରକାରେ ନିଯୁକ୍ତି କରାଯାଇଛି। ବର୍ତ୍ତମାନ ଏହି ପୋଲିସ ବିଭାଗର ନିଯୁକ୍ତି ରେ ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଭାରତୀୟ ପୋଲିସ ସେବାର ଅଧିକାରୀଙ୍କ ବିନା ସମ୍ପୃକ୍ତି ରେ ଏତେ ବଡ଼ ଦୁର୍ନୀତି ହୋଇ ପାରିବ ନାହିଁ ବୋଲି ଆଲୋଚନା ହେଲାଣି। ଯେହେତୁ ଉଚ୍ଚ ପଦସ୍ଥ ଆଇପିଏସ ଅଫିସର ଙ୍କ ସମ୍ପୃକ୍ତି ରହିଛି। ସେହି ଅଫିସର ମାନଙ୍କ ସାହସ ହେବନି ବିନା କେନ୍ଦ୍ରୀୟ ଗୃହ ବିଭାଗର ସହଯୋଗରେ ବୋଲି ଚର୍ଚ୍ଚା ହେଉଛି। ଗୃହ ମନ୍ତ୍ରୀଙ୍କ ଜାଣତ ରେ ଏପରି ଦୁର୍ନୀତି ହୋଇଥିବା ବୁଦ୍ଧିଜୀବୀ ମହଲ ରେ ଏବେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି।ବଡ଼ ବାବୁ ମାନଙ୍କୁ ଖସେଇବା ପାଇଁ ପରୀକ୍ଷାର୍ଥୀ ଙ୍କୁ ଗିରଫ କରାଯାଇଛି। ଏଣୁ ଯଥା ଶୀଘ୍ର ପରୀକ୍ଷାର୍ଥୀ ଙ୍କୁ କାରାଗାର ରୁ ଖଲାସ କରଯାଉ ଏବଂ ପ୍ରକୃତ ଦୋଷୀ ମାନଙ୍କୁ ଧରାଯାଉ ବୋଲି ସଚେତନ ମହଲ ରେ ଦାବୀ ହେଉଛି। ଏତେ ବଡ଼ ଦୁର୍ନୀତିରୁ ଲୋକଙ୍କ ଧ୍ୟାନ ହଟେଇବା ପାଇଁ କୁଆଡେ କଟକ ଦଙ୍ଗା ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଲାଣି। ମାର ମାର ଭଣ୍ଡାରୀଆ କୁ ମାର ନିତୀ ଅବଲମ୍ବନ କରୁଛି ତଦନ୍ତ …..!ବୋଲି ଚର୍ଚ୍ଚା ହେଉଛି କିଛି ଦିନ ପରେ ଏହି ତଦନ୍ତ ମଧ୍ୟ ନାଲି ଫିତା ତଳେ ଦବି ଯିବ.. I

Leave A Reply

Your email address will not be published.