
ହତ୍ୟା ଘଟଣା ୩୬ ଘଣ୍ଟା ପରେ ବି ପୋଲିସ ହାତ ଏବେବି ଖାଲି…!

ଡେରି ହେଉ କିନ୍ତୁ ବହୁତ ଡେରି ନହେଉ : ଓକିଲ ସଂଘ
ଟେର ପାଉନି ନା ଅନ୍ଧାର ରେ ବାଡ଼ି ବୁଲାଉଛି ପୋଲିସ..
ଭୁବନେଶ୍ୱର //ବ୍ରହ୍ମପୁର: ବ୍ରହ୍ମପୁର ଇତିହାସ ରେ ପ୍ରଥମ ଥର କରି ଜଣେ କର୍ତ୍ତବ୍ୟ ନିଷ୍ଠ ସଚ୍ଚୋଟ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଙ୍କୁ ନିଜ ଗୃହ ନିକଟରେ ଅତି ନିକଟରୁ ହତ୍ୟା କରାଗଲା। ହତ୍ୟା ଘଟଣା ଘଟିବାର ୩ ୬ ଘଣ୍ଟା ବିତି ଯାଇଥିଲେ ବି ପୋଲିସ ହାତ ଏବେ ବି ଖାଲି ରହିଛି। ଆଜି ସାରା ରାଜ୍ୟରେ ଆଇନଜୀବୀ ମାନେ ଏହି ହତ୍ୟା କାଣ୍ଡକୁ ଦୃଢ଼ ଭାବେ ନିନ୍ଦା କରି ପେନ ଡାଉନ ର ଆହ୍ୱାନ ଦେଇଛନ୍ତି। ପୀତବାସ ବାବୁଙ୍କୁ କିଏ- କାହିଁକି- ହତ୍ୟା କଲା ଏବେ ବିଭିନ୍ନ ମହଲ ରୁ ପ୍ରଶ୍ନ କରାଯାଉଛି। ପୀତବାସ ପଣ୍ଡାଙ୍କ ଦବଦବା ସାଙ୍ଗକୁ ଦଳରେ ତାଙ୍କର ପତିଆରା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଏହି କାରଣ ରୁ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇବା ପାଇଁ ଏକ ସୁଚିନ୍ତିତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ହତ୍ୟା କାରୀ ମାନେ ସେମାନଙ୍କ ମିସନ୍ ରେ ସଫଳ ହେଲେ। କିଏ କାହାର ଚୌକିକୁ ସୁରକ୍ଷିତ ରଖିବା ପାଇଁ ଏଭଳି ସୁପାରୀ କିଲର ମାନଙ୍କ ସହାୟତା ନେଲା ତାହାକୁ ନେଇ ସହର ରେ ଚାରିଆଡେ ଚର୍ଚ୍ଚା ହେଉଛି। ସୂଚନା ଥାଉକି ଏହି ହତ୍ୟା କାଣ୍ଡ ପଛରେ ଅନେକ କାରଣ ବି ଉଙ୍କି ମାରୁଛି, ରାଜନୈତିକ ଶତ୍ରୁତା, ବ୍ୟବସାୟୀ ଭିତ୍ତିକ ଶତ୍ରୁତା ଯାହାକି ଖଣି ବିଭାଗ ଏବଂ ଆର ଟି ଆଇ ଏହାର କାରଣ ହୋଇ ପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ପୋଲିସ ଅପରାଧୀ ମାନଙ୍କ ଟେର ପାଉନି ଅନ୍ଧାର ରେ ବୁଲାଉଛି ବାଡ଼ି l ଏହି ହତ୍ୟା କାଣ୍ଡ ପଛରେ ଥୁବା ମାଷ୍ଟର ମାଇଣ୍ଡ କୁ ଖୋଜୁଛି ପୋଲିସ, ପଡିଛି ସି ସି ଟିଭି ଫୁଟେଜ ପଛରେ l ପୋଲିସ ର ଗୋଟିଏ ସାଧାରଣ ଉତ୍ତର ସୁରାଗ ଲାଗିଛି ଅତି ଶୀଘ୍ର ଧରା ପଡିବ ଅପରାଧୀ କିନ୍ତୁ କେବେ..? ପୋଲିସ ଅପରାଧୀ କୁ ଧରିବାକୁ ଜାଲ ବିଛାଇଛି ସତ କିନ୍ତୁ ସେହି ଜାଲରେ ଅନେକ କଣା l ସୂଚନା ରୁ ଜଣା ପଡିଛି ପୋଲିସ ୩ ଟି ଟିମ କରି ଛାନ ଭିନ ଜାରି ରଖିଛି l କୁଆଁରୀ ପୂର୍ଣ୍ଣିମା ପରି ଦିନରେ ପୋଲିସ ର ଢିଲା ପେଟ୍ରୋଲିଙ୍ଗ ଓ ଅପରାଧ ତତ୍ତ୍ୱ ମାନେ ଏହାର ସୁଯୋଗ ନେଇ ଏତେବଡ କାରନାମା କରିଦେଲେ। ଏହି ହାଇ ପ୍ରୋଫାଇଲ ହତ୍ୟା କୁ ନେଇ ପୋଲିସ ଏବେ ଯେଉଁ ଭଳି ଆକ୍ଟିଭ ହୋଇଛି। ହତ୍ୟା କାରୀ ଓ ପରଦା ପଛର ଥିବା ମାଷ୍ଟେର ମାଇଣ୍ଡ କୁ କେବେ ଧରୁଛି ତାହା ସମୟ କହିବ।ଏପଟେ ତାତିଲେଣି ଓଡିଶା ଓକିଲ ସଂଘ,ଡେରି ହେଉ କିନ୍ତୁ ବହୁତ ଡେରି ନହେଉ : ଓକିଲ ସଂଘ କହିଛି l ଅପରାଧୀ ଗିରଫ ହେବା ପରେ ସେମାନଙ୍କ ପାଇଁ ଓକିଲାତି କିଏ କରିବେ ନାହିଁ ବୋଲି ମଧ୍ୟ ନିଷ୍ପତି ନେଇଛି ଓଡିଶା ଓକିଲ ସଂଘ l
..