ପଥର ବୋଝେଇ ଟ୍ରାକ୍ଟର ଜବତ: ୨ ଗିରଫ…


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ସେକ୍ସେନ ଶୁଳିଆ ସଂରକ୍ଷିତ ଜଙ୍ଗଲ କଣୀପଡ଼ା ଗ୍ରାମ ନିକଟ ଧାଡ଼ି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଓଡ଼ଗାଁ ବନ ବିଭାଗ ଏକ ଢିମା ବୋଝେଇ ଟ୍ରାକ୍ଟର କୁ ଜବତ କରିଛି ।ଟ୍ରାକ୍ଟର ଚାଳକ ସ୍ଥାନୀୟ ବାଉଁଶ ଗାଡିଆ ର ମାନସ ପ୍ରଧାନ ଏବଂ ବଡ଼ ଭାଇ ରମେଶ ପ୍ରଧାନ କୁ ଗିରଫ କରାଯାଇଛି ।କୌଣସି ସୂତ୍ରରୁ ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ସରିତା ବରାଳଙ୍କ ନେତୃତ୍ୱରେ ବନରକ୍ଷୀ ସୌମ୍ୟ ରଞ୍ଜନ ଦଳେଇ, ପ୍ରୋଟେକ୍ସନ ସ୍କ୍ୱାର୍ଡ ବିନୟ ରଞ୍ଜନ ମିଶ୍ର, ରବି ନାରାୟଣ ସାହୁ ଘଟଣା ସ୍ଥଳରେ ପହଞ୍ଚି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଭିତରୁ ପାହାଡ଼ ଖୋଳି ଟ୍ରାକ୍ଟର ରେ ଢିମା ପଥର ଲୋଡ କରିବା ବେଳେ ଟ୍ରାକ୍ଟର କୁ ଜବତ କରିବା ସହିତ ଚାଳକ ଓ ତାର ବଡ଼ ଭାଇକୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ଏହାକୁ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି ।

ad-week
Leave A Reply

Your email address will not be published.