
ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ କର୍ତ୍ତବ୍ୟ । ଏନେଇ ଗାଜିଆବାସ ହିଣ୍ଡନ୍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବାୟୁସେନା ଦିବସ ପାଳନ ଅବସରରେ ପରେଡ୍ ସହ ଆକାଶରେ କୌଶଳ ଦେଖାଉଛନ୍ତି ବାୟୁସେନାର ସ୍ୱତନ୍ତ୍ର ବିମାନ । ବାୟୁସେନାର ପରାକ୍ରମ, ସାହସ, ବଳିଦାନ, ବୀରତ୍ୱର ଗାଥାକୁ ପ୍ରଦର୍ଶିତ କରାଯାଉଛି ।
ଅପରେସନ ସିନ୍ଦୂର ସମୟରେ ବାୟୁସେନାର ପରାକ୍ରମ ରହିଛି ଚଳିତ ବର୍ଷର ଥିମ୍ । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ବର୍ତ୍ତମାନ ଭାରତୀୟ ବାୟୁସେନା ବିଶ୍ୱର ଚତୁର୍ଥ ବୃହତ୍ତ ଏୟାରଫୋର୍ସ । ଖାଲି ଯୁଦ୍ଧ ନୁହେଁ ବିଭିନ୍ନ ସମୟରେ କଠିନ ଅପରେସନ, ଉଦ୍ଧାର କାର୍ଯ୍ୟ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେବଦୂତ୍ତ ଭଳି ଭୂମିକା ନିର୍ବାହ କରିଥାଏ ଭାରତୀୟ ବାୟୁସେନା ।