
ଛତିଶଗଡ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି । ଶକ୍ତି ଜିଲାରେ ଥିବା ଏକ ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଲିଫ୍ଟ ଖସିପଡିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ସୂଚନା ଅନୁସାରେ ଉଚ୍ଛପିଣ୍ଡା ଗ୍ରାମର ଡାଭରା ଅଞ୍ଚଳରେ ଥିବା ଆରକେଏମ ପାୱାରଜେନ୍ ପ୍ରାଇଭେଟ୍ ଲିମିଟେଡ ପ୍ଲାଣ୍ଟରେ ଏହି ଦୁର୍ଘଟଣା ଘଟିଛି ।
ପୁଲିସ ସୂଚନା ଅନୁଯାୟୀ ୧୦ଜଣ କର୍ମଚାରୀ ସେମାନଙ୍କର ସିଫ୍ଟ ଶେଷ କରି ଲିଫ୍ଟ ଯୋଗେ ତଳକୁ ଆସୁଥିଲେ, ହେଲେ ହଠାତ୍ ଲିଫ୍ଟ ତଳକୁ ଖସି ପଡିଥିଲା । ଦୁର୍ଘଟଣା ପରେ ଆହତଙ୍କୁ ରାୟଗଡର ଜିନ୍ଦଲ ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସା ସମୟରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୬ଜଣଙ୍କର ଚିକିତ୍ସା ଜାରି ରହିଛି ।