
ପୋଲିସ ର ଅପରେସନ ଅଗ୍ନି କୁ ଖୋଲା ଚାଲେଞ୍ଜ ନୁହଁତ..!

ବଡ଼ ବାବୁଙ୍କ ପାଖରୁ ଗ୍ରୀନ ସିଗନେଲ୍ ମିଳିବା ପରେ ସାନ ବାବୁଙ୍କ ପାଖରେ ଭିଡ଼ ଜମୁଛି …..!
ବ୍ରହ୍ମପୁର: ପୋଲିସ ପକ୍ଷରୁ ବେଆଇନ ବାଣ ପାଇଁ ଅଗ୍ନି ମିସନ୍ ମାଧ୍ୟମରେ ଧରପଗଡ଼ ଜୋର ଦାର ଚାଲିଛି। ଓଡିଶା ର ବିଭିନ୍ନ ଜିଲ୍ଲାରୁ ପୋଲିସ ଦ୍ଵାରା କୋଟି କୋଟି ଟଙ୍କାର ବାଣ ଜବତ ହେଉଛି l ଗଞ୍ଜାମ ଜିଲ୍ଲାକୁ କୋଟି କୋଟି ଟଙ୍କାର ବାଣ ଆସି ଗୁପ୍ତ ଗୋଦାମ ମାନଙ୍କ ରେ ଗଚ୍ଛିତ ରହିଛି। କିନ୍ତୁ ଆଜି ସୁଦ୍ଧା କୌଣସି ବାଣ ଗୋଦାମ ଉପରେ ଗଞ୍ଜାମ ପୋଲିସ କିମ୍ବା ବ୍ରହ୍ମପୁର ପୋଲିସ ଚଢ଼ାଉ କରିନାହିଁ l ପୋଲିସ ଭୟରେ ଜିଲ୍ଲା ତମାମ ର ବାଣ ବ୍ୟବସାୟୀ ମାନେ ଛତ୍ରପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଡେରା ପକେଇଛନ୍ତି। ବଡ଼ ବାବୁଙ୍କ ପାଖରୁ ଗ୍ରୀନ ସିଗନେଲ୍ ମିଳିବା ପରେ କଳେବଳେ କୌଶଳ ପ୍ରୟୋଗ କରି ସାନ ବାବୁଙ୍କୁ ଖୁଷ କରି ବିକ୍ରି ପାଇଁ କାଗଜ ଖଣ୍ଡେ ନେବା ପାଇଁ ପ୍ରତିଯୋଗିତା ଭଳି ବାଣ ବ୍ୟବସାୟୀ ମାନେ ଅଫିସ ଭିତରେ ବାହାରେ ଭିଡ଼ ଜମେଇ ଥିବା ଦେଖିବାକୁ ମିଳୁଛି। ସୂଚନା ଥାଉକି ଜିଲ୍ଲା ର ସମସ୍ତ ପ୍ରକାର ଡିଲ ଏହି ବଡ଼ ବାବୁଙ୍କ ହାତରେ ତାଙ୍କ ବିନା ଜିଲ୍ଲାର କୌଣସି ଗଛ ରେ ପତ୍ର ବି ହଲେ ନାହିଁ ବୋଲି ଚର୍ଚ୍ଚା l ତେଣୁ ଜିଲ୍ଲାର ସବୁ ବ୍ୟବସାୟୀ ଓ ମାଫିଆ ବାବୁ ଙ୍କ ଶରଣ ରେ ବୋଲି ଚର୍ଚ୍ଚା l ଉଚ୍ଚତମ ନ୍ୟାୟଳୟ ବାଣ ଉପରେ କଟକଣା କରିବା ଏପଟେ ପୋଲିସ ଅଗ୍ନି ମିଶନ୍ ନାମରେ ଗୁପ୍ତ ଗୋଦାମ ଉପରେ ଚଢ଼ାଉ କରିବା ପରେ ବାଣ ବ୍ୟବସାୟୀ ମାନେ ଛତ୍ରପୁର ରୁ ଗ୍ରୀନ୍ ସିଗନେଲ୍ ଆଣିବା ପାଇଁ ବଡ ବାବୁଙ୍କ ଜରିଆରେ ଏକ ବଡ଼ ଡ଼ିଲ ହେଉଥିବା ଆଲୋଚନା ହେଉଛି। ଜିଲ୍ଲାପାଳ ଙ୍କୁ ଅନ୍ଧାର ରେ ରଖି ବଡ଼ ବାବୁ ବାଲି, ମଦ ଓ ଜମି ମାଫିଆ ଙ୍କୁ ସାହାଯ୍ୟ କରି ଆସୁଥିବା କଥା ହାଟରୁ ଯାଇ ଦାଣ୍ଡରେ ଗଡୁଛି l ଦୀର୍ଘ ୨୫ ବର୍ଷ ରୁ ଅଧିକା ସମୟ ହେଲାଣି ଜିଲ୍ଲାର ସମସ୍ତ ଦାୟିତ୍ୱ ଏହି ବଡ଼ ବାବୁଙ୍କ ହାତରେ ଏପରିକି ଜିଲ୍ଲା କୁ ଅନେକ ଜିଲ୍ଲପାଳ ଆସିଲେଣି ଗଲେଣି କିନ୍ତୁ ବାବୁଙ୍କ ଚୌକି କୁ କିଏ ବି ହଲାଉ ପାରି ନାହାନ୍ତି l ଏହି ବଡ଼ ବାବୁ ସବୁ ପ୍ରକାର ଗ୍ରୀନ ସିଗ ନେଲ୍ ଦେବାରେ ସିଦ୍ଧହସ୍ତ ବୋଲି ପୂର୍ବରୁ ହେଉଥିବା ଚର୍ଚ୍ଚା ଆଜି ବାଣ ବ୍ୟବସାୟୀ ମାନଙ୍କୁ ପୁଣି ଗ୍ରୀନ ସିଗନେଲ୍ ମିଳିବାରେ ବଡ଼ ଓ ସାନ ବାବୁଙ୍କ କାର୍ଯ୍ୟ ଶୈଳୀ ଉପରେ ଆଙ୍ଗୁଳି ନିର୍ଦ୍ଧେଶ ହେଉଥିବା ଚାହା ଖଟିରେ ଜୋର ଦାର ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ପକ୍ଷରୁ ଅଗ୍ନି ମିଶନ୍ ଜାରି ରହିଥିବା ଯୋଗୁଁ ବାଣ ବ୍ୟବସାୟୀ ମାନେ ସିଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଟିକେ ଚିଠି ଖଣ୍ଡେ ଆଣିବା ପାଇଁ ଡେରା ପକେଇ ଥିବା ଆଲୋଚନା ହେଉଛି। ସବୁ ଲେଖା ଛିଡ଼ିଲେ ଯାଇ ବାଣ ଦୋକାନ ଖୋଲା ହେବ। ତେଣୁ ଖଣ୍ଡେ କାଗଜ ପାଇଁ ଲକ୍ଷ୍ୟ ଲକ୍ଷ ଟଙ୍କାର ଡିଲ ହେଉଛି ବୋଲି ସାଧାରଣ ରେ ଆଲୋଚନା ହେଉଛି l କିନ୍ତୁ ପୋଲିସ ର ତୀକ୍ଷ୍ଣ ଦୃଷ୍ଟି ରହିଛି ବାଣ ବ୍ୟବସୟୀ ମାନଙ୍କ ଉପରେ ତେଣୁ ବାଣ ବିକିବା ପାଇଁ ଖଣ୍ଡେ କାଗଜ କୁ ଅପେକ୍ଷା ରେ ବ୍ୟବସାୟୀ l ବର୍ତ୍ତମାନ ଗଞ୍ଜାମ ତଥା ବ୍ରହ୍ମପୁର ରେ ହାଇ ପ୍ରୋଫାଇଲ ହତ୍ୟା ପରେ ପୋଲିସ ର ନିଦ ହଜିଯାଇଛି ତେଣୁ ଦୀପାବଳି ବଳି ରେ କୌଣସି ଅଘଟଣ ଯେମିତି ନଘଟେ ସେଥିପ୍ରତି ପୋଲିସ ନଜର ରଖିଛି l ଏହି କ୍ଷେତ୍ରରେ ବାଣ ପାଇଁ ଅନୁମତି ଦେବା ଯୁକ୍ତି ସଂଗତ ନୁହେଁ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି l