ଦଳମତ ନିର୍ବିଶେଷରେ ବାଲି ବେପାର ପାଇଁ ସବୁ ଦଳର ନେତା ଓ ମାଫିଆ ଗୋଟିଏ ଘାଟରେ…..!
ବିନା ଟିପି.. ବିନା ୱାଇଫର୍ମ ରେ ବେଧଡ଼କ ଚୋରା ବାଲି ଚାଲାଣ…

“ହମ ଶବ୍ ହୈ ସାଥ ସାଥ ଶବ୍ ସେ ବଡା ରୂପେୟା “
ନୀତିରେ ବାଲି ବ୍ୟବସାୟ….!

ଜିଲ୍ଲା ରେ ଖଣି ବିଭାଗ କୋମାରେ.. କ୍ଷୀର ପିଉଛି ପ୍ରଶାସନ..!
ବ୍ରହ୍ମପୁର: ଆଗକୁ ଶୀତଋତୁ ବାଲି ମାଫିଆ ମାନଙ୍କ ପୁଷ ମାସ ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାର ରୁଷିକୂଲ୍ୟା,ବଡ଼ ନଦୀ, ଜରଉ, ଘୋଡାହାଡ଼ ନଦୀ ରୁ ବାଲି ମାଫିଆ ମାନଙ୍କ ପକ୍ଷରୁ କଳେ ବଳେ କୌଶଳେ ରୀତିମତ ବାଲି ଚାଲାଣ ହୁଏ। ଚୋରା ବାଲି କରବାର ରେ ମୁଠା ମୁଠା ଟଙ୍କାର ଖେଳ ହୁଏ। ଏହି ଖେଳରେ ଦଳମତ ନିର୍ବିଶେଷରେ ପ୍ରାୟ ସମସ୍ତ ଦଳର ନେତାଙ୍କ ସହଯୋଗ ରେ ମାଫିଆ ମାନେ ହାତକୁ ହାତ ମିଶାଇ ପ୍ରଶାସନ ଉପରେ ଚାପ ପ୍ରୟୋଗ କରି ଲଘୁ ଖଣିଜ ଦ୍ରବ୍ୟ ଲୁଟ କରୁଥିବା ଦେଖିବାକୁ ମିଳେ। ଏହି ଚୋରା ବାଲି କରବାର ରେ ମାତ୍ରଧିକ ଲାଭ ଯୋଗୁଁ ଯେତେ ବଡ଼ ମୂଷା ହେଲେ ବି ଆପେ ଆପେ ଯନ୍ତାରେ ପଡ଼ିଯାଏ।ଏଠାରେ ବି ସୂଚନା ଥାଉକି ବାଲି ଗୁତା ଧାରୀ ମାନଙ୍କ ଠାରୁ ମନ୍ତ୍ରୀ, ପ୍ରଶାସନ ଓ ବିଧାୟକ ମାନେ ମୋଟା ମୋଟା ଅଙ୍କର ବଟି ପାଇଁ ଦାବୀ କରନ୍ତି ତଳ ଦିନେ ଆସିକା ବିଧାୟକ ଙ୍କ ଜଣେ ବାଲି ଗୁତା ଧାରୀ ଙ୍କୁ ଜବର ଦସ୍ତି ବଟି ମାଗିବା ଅଡିଓ ଭାଇରଲ ହୋଇଥିଲା ଯାହାକି ହାଟରୁ ଆସି ଦାଣ୍ଡରେ ଗଡ଼ିଲା ଲୋକ ଦେଖାଣିଆ ଭାବରେ ସରକାର ତଦନ୍ତ ପାଇଁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କୁ ନିର୍ଦେଶ ଦେଲେ ତାହା ମଧ୍ୟ ନାଲି ଫିତା ତଳେ ଦାବି ଦିଆଗଲା l ତେବେ ଲୋକେ ଭରସା କରିବେ କାହାକୁ l ବର୍ତ୍ତମାନ ବାଲି ଋତୁ ଆରମ୍ଭ ପୂର୍ବରୁ ଘନ ଘନ ଗୁପ୍ତ ବୈଠକ ଅନୁଷ୍ଠିତ ହେଉଛି। ଯଦି ମିଳିମିଶି କି ହାତକୁ ହାତ ମିଶାଇ କାମ ନକେଲେ ମୁଣ୍ଡ ଗଡ଼ିବା ରେ ଡେରି ହେବନାହିଁ ବୋଲି ଚାହା ଖଟିରେ ଏବେ ଠାରୁ ଚର୍ଚ୍ଚା ହେଲାଣି। ମୁଖ୍ୟତଃ ଆସିକା, ପୁରୁଷୋତ୍ତମପୁର, ଧରାକୋଟ ଅଞ୍ଚଳ ରେ ବାଲୁ ଘାଟ କୁ ନେଇ ମୁଣ୍ଡ ଗଡ଼ିବା ସମ୍ଭାବନା ଦେଖାଗଲାଣି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ବାଲି ମାଫିଆ ମାନେ ବିନା ଟିପି ବିନା ୱାଇଫର୍ମ ରେ ଚୋରା ବାଲି ଚାଲାଣ କରୁଛନ୍ତି ପ୍ରଶାସନ ସବୁ ଜାଣି ବଟି ନେଇ ଚୁପ l ଓଡିଶା ସରକାର କୋଟି କୋଟି ଟଙ୍କା ର ରାଜସ୍ବ ହରାଇବା ବେଳେ ବାବୁ ଓ ନେତା ମାଫିଆ ମାନେ ଜଣେ କୁବେର l ସରକାର ବାଲି ମାଫିଆ ମାନଙ୍କୁ ଆକଟ କରିବାକୁ ଗୋଟିଏ ଟିମ ଗଠନ କରିଥିଲେ ତାହାବି ଧର୍ମକୁ ଆଖିଠାର ସଦୃଶ୍ୟ କହିଲେ କିଛିବି ଭୁଲ ହେବ ନାହିଁ l ପୋଲିସ କୁ ଅଭିଯୋଗ କଲେ ସେ ତହସିଲ କୁ ଦେଖାଉଛି ତହସିଲ ଖଣି ବିଭାଗ କୁ ଦେଖାଉଛି ଆଉ ରହିଲା ବନ ବିଭାଗ ଏହା ତେଜପତ୍ର ପରି ଭୂମିକା l ତେଣୁ ଅଭିଯୋଗ କାହାକୁ କେଉଁ ବିଭାଗ କୁ କରାଯିବ ଲୋକେ ଦ୍ୱନ୍ଦ ରେ ଏଠାରେ ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ରେ ଖଣି ବିଭାଗ କୋମାରେ ଏବଂ ଖୋଦ ଖଣି ବିଭାଗୀୟ ମନ୍ତ୍ରୀ ଗଞ୍ଜାମ ଜିଲ୍ଲା ର ଦୀପ ତଳ ଅନ୍ଧାର ପରି ଜିଲ୍ଲା ରେ ଲଘୁ ଖଣିଜ ଦିନ ଦିପହରେ ଲୁଟ ହେଉଛି l ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l