ଇରାନୀ ରାୟ ବିଜେଡିର ସାଧାରଣ ସମ୍ପାଦକ ନିଯୁକ୍ତ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାର ବରିଷ୍ଠ ନେତ୍ରୀ ଇରାନୀ ରାୟଙ୍କୁ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ମିଳିଛି ।ଗତ ନିର୍ବାଚନ ପୂର୍ବରୁ ଇରାନୀ ରାୟ ବିଜେପି ଛାଡ଼ି ବିଜେଡି ଦଳରେ ସାମିଲ ହେବା ପରେ ବିଜେଡି ଦଳ ସାଙ୍ଗଠନିକ କ୍ଷେତ୍ରରେ ମଜଭୁତ ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଇରାନୀ ରାୟଙ୍କ ବହୁତ ଦବଦବା ରହିଛି ।ଜଣେ ଆଗ ଧାଡିରେ ନେତ୍ରୀ ଭାବରେ ଇରାନୀ ବେଶ୍ ପରିଚିତ ଥିବା ବେଳେ ତାଙ୍କର ଲୋକପ୍ରିୟତା ମଧ୍ୟ ରହିଛି ।ସାଧାରଣ ସମ୍ପାଦିକା ପଦବୀ ମିଳିବା ପରେ ନୟାଗଡ଼ ବିଜେଡି ନେତା ଓ କର୍ମୀ ମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଇରାନୀ ରାୟ ଓ ତାଙ୍କର ସ୍ବାମୀ ଲାଲ ମନୋଜ ରାୟ ପୂର୍ବରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ, ପରେ କଂଗ୍ରେସ ଛାଡି ବିଜେପି ରେ ମିଶି ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ବିରୋଧରେ ଲଢିଥିଲେ ।ପୁଣି ଗତ ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ।

ad-week
Leave A Reply

Your email address will not be published.