ବ୍ରହ୍ମପୁର (ବି.ଏମ.ସି) ର ହୁଗୁଳା ପଟ୍ଟା ଗାଁ ରେ ହୁଗୁଳା କାମ.! ବିନା କାର୍ଯ୍ୟ ଫଳକ ରେ ଆଦର୍ଶ ଗୋ ଶାଳା…

add-all

ଆଦର୍ଶ ଗୋ ଶାଳା ଏବେ ଅପରାଧ ତତ୍ତ୍ୱ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି…..!
ବ୍ରହ୍ମପୁର: : ବ୍ରହ୍ମପୁର ମହା ନଗର ନିଗମର ମହାନ କାମର ନଗ୍ନ ନମୁନା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳା ପଟ୍ଟା ଗାଁ ରେ ଦେଖିବାକୁ ମିଳିଛି। ବିଗତ କିଛି ବର୍ଷ ହେଲା ବି.ଏମ.ସି ରେ ବଡ଼ ବଡ଼ ସ୍କାମ ଘଟିଛି। ସରକାରୀ ଅର୍ଥର ଦୁରୁପ ଯୋଗ ହୋଇଥିବାର ନଜିର ବି ରହିଛି। ବ୍ରହ୍ମପୁରରୁ ୯ କିଲୋମିଟର ଦୂରରେ କୁକୁଡାଖଣ୍ଡି ବ୍ଲକର ହୁଗୁଳା ପଟ୍ଟା ଗାଁ ରେ ବି ଏମ ସି ପକ୍ଷରୁ ବିନା ଅଟକଳ ବିନା ନାମ ଫଳକ ରେ ଏକ ଗୋ ଶାଳା ନିର୍ମାଣ କରାଯାଇଛି। ଏହି ଗୋଶାଳା ରେ ନାଁ ଅଛନ୍ତି ଗାଈ ନାଁ କିଏ କର୍ମଚାରୀ। ସଞ୍ଜ ନଇଁଲେ ଅପରାଧ ତତ୍ତ୍ୱ ମାନଙ୍କ ଏଠାରେ ମଦ ମାଂସ ଗଞ୍ଜେଇ ର ଅସାର ଜମେ। ଏଠାରେ ତିଆରି ହୋଉଛି ଅପରାଧ ର ବ୍ଲୁ ପ୍ରିଣ୍ଟ l ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଶାଳା ନିର୍ମାଣ କରିବା ପରେ ମଧ୍ୟ ରାଜରାସ୍ତା ସାଙ୍ଗକୁ ରାସ୍ତା ଉପରେ ମାଳ ମାଳ ଗାଈ ଗୋରୁ ବୁଲୁଛନ୍ତି। ଗାଈ ଗୋରୁ ରାସ୍ତାରେ ରହିବା ଫଳରେ ଦୁର୍ଘଟଣା ଘଟୁଛି। ବି ଏମ ସି ର ଏହି ଆଦର୍ଶ ଗୋଶାଳା ଅପରାଧିତତ୍ତ୍ୱ ମାନଙ୍କ କାର୍ଯ୍ୟରେ ଲାଗିଥିବା ଆଲୋଚନା ହେଉଛି। ଲୋକେ କହୁଛନ୍ତି ବାଃ ବାଃ ରେ ବି ଏମ ସି ବୋଲି। ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏହାର ଜବାବ କାହା ପାଖରେ ନାହିଁ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ନିର୍ମାଣ ରେ ଉଦଘାଟନ ରେ ସୁନ୍ଦର ରଙ୍ଗ ବି ମରାଯାଇଛି କିନ୍ତୁ କିଏ କେବେ ଉଦଘାଟନ କଲା ତାହା ମଧ୍ୟ କାହାକୁ ଜଣା ନାହିଁ l ବୋଧେ ସ୍ୱର୍ଗ ରୁ ବିଶ୍ୱକର୍ମା ଆସି ଏହି ଆଦର୍ଶ ଗୋଶାଳା ନିର୍ମାଣ କରି ଯାଇଛନ୍ତି ଯେମିତି ମନେ ହୁଏ l ଏହି ଗୋଶାଳା କୁ ନେଇ ସୂଚନା ମାଗିଲେ ବି ବି.ଏମ.ସି ଦେବାକୁ ନାରାଜ ଏଠାରୁ ଅନୁମାନ କରାଯାଇ ପାରେ ଦୁର୍ନୀତି ର ଚେର କେତେ ବାଟ ଲମ୍ବିଛି l ସରକାରୀ ଟଙ୍କା ହଡପ କିପରି କରି ହୁଏ ତାହା ବ୍ରହ୍ମପୁର ବି. ଏମ. ସି ରୁ ତାଲିମ ନେବା କଥା ବୋଲି ସାଧାରଣ ରେ ଆଲୋଚନା ହେଉଛି l ଆଦର୍ଶ ଗୋଶାଳା ନିର୍ମାଣ ହୋଇଛି କିନ୍ତୁ ସହରରେ ମାଳ ମାଳ ଗୋରୁ ଗାଈ ରାସ୍ତା ରେ ବୁଲୁଛନ୍ତି ବେଳେ ବେଳେ ମନେ ହୁଏ ବୋଧେ ଏମାନେ ସହରର ଟ୍ରାଫିକ ସମ୍ଭାଳୁ ଛନ୍ତି l ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ଏବଂ ବ୍ରହ୍ମପୁର ବି. ଏମ. ସି ର ପ୍ରତ୍ୟେକ ଉର୍ନ୍ନୟନ ମୂଳକ କାମକୁ ଭିଜିଲାନ୍ସ ଦ୍ଵାରା ତଦନ୍ତ ଏବଂ ସ୍ୱତନ୍ତ୍ର ଅଡିଟ କରାଗଲେ ଅନେକ ଗୁମର ଖୋଲିବା ସହିତ ଭଦ୍ର ମୁଖା ଧାରଣ କରିଥିବା ବାବୁ ମାନଙ୍କ ଅସଲ ଚେହେରା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲ ରେ ଦାବୀ ହୋଉଛି l

ad-week
Leave A Reply

Your email address will not be published.