ବାଇକ୍ ସୋରୁମ୍‌ରେ ଲାଗିଲା ନିଆଁ : ଜଳିଗଲା ୩୦ ବାଇକ୍‌

youtube

ଗୋପ : ବ୍ୟାଟେରୀ ଚାଳିତ ଗାଡ଼ି ସୋରୁମରେ ଘଟିଲା ଅଗ୍ନିକାଣ୍ଡ। ଜଳିଗଲା ପ୍ରାୟ ୨୦ରୁ ଅଧିକ ବ୍ୟାଟେରୀ ଚାଳିତ ମଟର ସାଇକେଲ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଲା ବେଳେକୁ ଜଳି ଯାଇଥିଲା ସମସ୍ତ ଗାଡ଼ି । ଆଜି ଅପରାହ୍ନ ୫ ଟା ସମୟରେ ହଠାତ ନିଆଁ ଜଳିଥିଲା କୋଣର୍କ ମାଧିପୁର ଛକରେ ରହିଥିବା ବ୍ୟାଟେରୀ ଚାଳିତ ଗାଡ଼ି ସୋରୁମ ଠାରେ ।

ସେଠାରେ ଥିବା ଉପସ୍ଥିତ ଲୋକେ ଅଗ୍ନିଶମ ବାହିନୀକୁ ଖଵର ଦେଇଥିଲେ ହେଲେ ଅଗ୍ନିଶମ ବାହିନୀ ପହଁଚିଲା ବେଳକୁ ସୋରୁମରେ ଥିବା ସବୁ ଗାଡ଼ି ଜଳିପୋଡ଼ି ଯାଇଥିଲା। ଅଗ୍ନିକାଣ୍ଡ କିପରି ହେଲା ତାହା ଏବେବି ଅସ୍ପଷ୍ଟ ରହିଛି । ସୋରୁମ ରେ ପ୍ରାୟ ୨୦ ରୁ ଅଧିକ ବ୍ୟାଟେରୀ ଚାଳିତ ଗାଡ଼ି ରହିଥିଲା ବୋଲି ଅନୁମାନ କରାଯାଉଛି । ଯାହାର ଆନୁମାନିକ ମୂଲ୍ୟ ୨୫/୩୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.