ମୋରମ ମାଫିଆ ମାନଙ୍କ ଯୋଗୁଁ ଭୂସ୍ଫଳନ ହେବା ଆଶଙ୍କା ଆସିକା ନିକଟ ବରଗାଁ ରେ…..!

Independence

ସ୍ୱଳ୍ପ ରାଜସ୍ୱ ପାଇଁ ଶାଗ ମାଛ ଦରରେ ଲିଜ ଚାଲିଛି…..!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ରାଜସ୍ୱ ଅଞ୍ଚଳରେ ମୋରମ ଓ ପଥର ମାଫିଆ ମାନଙ୍କ ଯୋଗୁଁ ଭୂସ୍ଫଳନ ହେବାର ଆଶଙ୍କା ଦେଖା ଦେଇଛି।ଆସିକା ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେଲା ପାହାଡ଼କୁ ଲିଜ ସୂତ୍ରରେ ଦିଆଯାଇଛି।ଉକ୍ତ ପାହାଡ଼ ରୁ ମାସିକ ଲକ୍ଷ ଲକ୍ଷ ଟଙ୍କା ର ପଥର ଫୁଟାଇ ବିକ୍ରି ହେଉଛି। ଏହା ସାଙ୍ଗକୁ ଜେସିବି ଦ୍ୱାରା ରୀତିମତ ମୋରମ ଖନନ ହେଉଛି। ଏହି ପାହାଡ଼ରେ ଡିନାମାଇଟ ବ୍ୟବହାର କରି ଫୁଟା ଯାଉଥିବା ଯୋଗୁଁ ନିକଟରେ ଥିବା ଏକ ଘରୋଇ ସ୍କୁଲରେ ପିଲାଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି।ବାରମ୍ବାର ଅଭିଯୋଗ କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଅଞ୍ଚଳ ବାସୀ ଓ ସ୍କୁଲ ପକ୍ଷରୁ ଅଭିଯୋଗ ହେଲେବି ଦିନରେ କମ୍ପ୍ରେସର ସାହାଯ୍ୟ ରେ ଗର୍ତ୍ତ କରି ଫୁଟା ଯାଉଛି। ପଥର ପାଇଁ ଲିଜ ନେଇ ମୋରମ ଉତ୍ତୋଳନ କରୁଥିବା ଯୋଗୁଁ ରାସ୍ତା ଦେଇ ଯାତାୟାତ ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବର୍ତ୍ତମାନ ପରିସ୍ଥିତି ରେ ଯେଉଁ ଭଳି ମୋରମ ଉତ୍ତୋଳନ ହେଉଛି।ବରଗାଁ ପାହାଡ଼ ରେ ଭୂସ୍ଫଳନ ହେବାର ଆଶଙ୍କା ଦେଖା ଦେଇଛି। ବେଳ ଥାଉ ଥାଉ ପ୍ରଶାସନ ପଦକ୍ଷେପ ନ ନେଲେ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.