ବୃଦ୍ଧଙ୍କୁ ପିଟି ପିଟି ହତ୍ୟା !

add-all

ଅନୁଗୋଳ: ଅନୁଗୋଳ ସଦର ଥାନା ଚନ୍ଦ୍ରବାହଳ ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ଚନ୍ଦ୍ରବାହଳ ଗାଁର ନନ୍ଦକିଶୋର ରାଉତ ବୋଲି ଜଣାପଡିଛି । ସୂଚନା ଅନୁସାରେ ନନ୍ଦକିଶୋର ରାଉତଙ୍କ ସହ ସରୋଜ ବେହେରାଙ୍କ ପୂର୍ବରୁ ଜମିବାଡିକୁ ନେଇ ବିବାଦ ଥିଲା । ଗତ କିଛି ତଳେ ସରୋଜଙ୍କ ଟ୍ରକ ନନ୍ଦ କିଶୋରଙ୍କୁ ସାମାନ୍ୟ ଧକ୍କା ଦେଇଥିଲା। ଯେଉଁଥିରେ ନନ୍ଦକିଶୋର ଆହତ ହୋଇଥିବାବେଳେ ସରୋଜ କ୍ଷତିପୂରଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଦିନ ଗଡି ଚାଲିଥିଲେ ମଧ୍ୟ ସରୋଜ କ୍ଷତିପୂରଣ ଦେଉ ନଥିବା ବେଳେ ନନ୍ଦକିଶୋରଙ୍କ ସହ ଝଗଡା କରୁଥିଲେ। ଆଜି ମଧ୍ୟ ନନ୍ଦକିଶୋର କ୍ଷତିପୂରଣ ମାଗିବାରୁ ସରୋଜ ଝଗଡା କରିବା ସହ ଏକ ବାଡ଼ିରେ ଆକ୍ରମଣ କରିଥିଲେ। ଫଳରେ ନନ୍ଦକିଶୋର ସେଠାରେ ଥିବା ପଥର ଗଦାରେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଘର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.