ସାହିତ୍ୟ ପାଇଁ ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ମିଳିଲା ନୋବେଲ ପୁରସ୍କାର

youtube

ହଙ୍ଗେରୀ : ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ । ତାଙ୍କର ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ ।

୧୯୫୪ ମସିହାରେ ହଙ୍ଗେରୀ ଓ ରୋମାନିଆ ସୀମାରେ ଥିବା ଗ୍ରାମ ଗ୍ବାଲାରେ ଜନ୍ମଗ୍ରହଣ କରିଥିବା କ୍ରାସ୍ନାହୋରକାଇଙ୍କ ଲେଖାର କେତେକ ସ୍ବତନ୍ତ୍ରତା ରହିଛି । ତାହା ହେଉଛି ଲମ୍ବା ଓ ଜଟିଳ ବାକ୍ୟ ଓ ସେଥିରେ ଲୁଚି ରହିଥିବା ଗଭୀର ଦାର୍ଶନିକ ଅର୍ଥ ।

ସ୍ବିଡିସ ଏକାଡେମୀ ପକ୍ଷରୁ ହିଁ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ୧୯୦୧ରୁ ୨୦୨୪ ମଧ୍ୟରେ ମୋଟ ୧୨୧ ଜଣ ସାହିତ୍ୟରେ ନୋବେଲ ପୁରସ୍କାର ଜିତିଛନ୍ତି । ଗତ ବର୍ଷ ଦକ୍ଷିଣ କୋରିଆ ଲେଖକ ହାନ କାଙ୍ଗଙ୍କୁ ସାହିତ୍ୟ ନୋବେଲ ପୁରସ୍କାର ମିଳିଥିଲା ।

Leave A Reply

Your email address will not be published.