
ଭୁବନେଶ୍ବର: ଇନଫୋଭ୍ୟାଲି ଥାନା ଦେଉଳିଆ ପାଟଣା ମଠରେ ଘଟିଛି ଏହି ଘଟଣା । ଗୁଳି ମାଡ଼ କରିଥିବା ୨ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଭଣ୍ଡ ବାବାର ଆଶ୍ରମକୁ ସିଲ୍ କରିବା ସହ, ବହୁ ଆପତ୍ତିଜନକ ସାମଗ୍ରୀ, ଗୁଳି ମାଡ଼ରେ ବ୍ୟବହୃତ ବନ୍ଧୁକ ଆଦି ପୋଲିସ ଜବତ କରିଛି । ଆସନ୍ତୁ ଜାଣିବା ପୁରା ଘଟଣା, ଜାଣିଲେ ଦେହ ଶିହରୀ ଉଠିବ । ଭାଇ ଭାଇ ମଠ କଦବା କ୍ବଚିତ କେହି ଶୁଣିଥିବେ ନାଆଁଟି l ଏହି ଭାଇ ଭାଇ ମଠ ଭୁବନେଶ୍ବର ଉପକଣ୍ଠ ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଦେଉଳିଆପାଟଣା ଗାଁରେ ଦେଖିବାକୁ ମିଳିଥିଲା l
ପୋଲିସ କମିଶନର କହିବା ଅନୁସାରେ ଏହି ମଠକୁ ଅନେକ ଲୋକ ଆସନ୍ତି l ସେମାନଙ୍କ ମଧ୍ୟରେ ଅନେକ ମହିଳା, ଯୁବତୀ, ନାବାଳିକା ଓ ପୁରୁଷ ଅଛନ୍ତି । ସେମାନେ ଆସି ମଠରେ ଭଜନ କୀର୍ତ୍ତନ ଆସରରେ ବସନ୍ତି । କିନ୍ତୁ ଆଶ୍ରମ ଭିତରେ କଣ ହୁଏ କେହି ତାର ଟେର ପାଆନ୍ତି ନାହିଁ l ତେବେ ହଠାତ ସେହି ଭାଇ ଭାଇ ମଠରେ ଗୁଳି କାଣ୍ଡ ଘଟିଲା l ମଠ ମହନ୍ତ ଅଜୟ ସାମନ୍ତରାୟ ଓ ମଠ ପରିଚାଳନା ଦାୟିତ୍ୱରେ ଥିବା ଆତ୍ମଘୋଷିତ ବାବା ସୁକାନ୍ତ ବିଶ୍ୱାଳ ଅଳ୍ପକେ ଗୁଳି ମାଡ଼ରୁ ବର୍ତ୍ତି ଗଲେ l ତେବେ ଗୁଳିମାଡ଼ କରିଥିବା ଭଦ୍ରକର ସୂରଜ ରାଉତ ଓ ମୁକ୍ତିକାନ୍ତ ଦାସକୁ କମିଶନରରେଟ୍ ପୋଲିସ ଗିରଫ କରିଥିଲା । ଆଉ ତାପରେ ଆସିଲା ଭାଇଭାଇ ମଠର ଅସଲ ରହସ୍ୟ । ଗୁଳି ମାଡ଼ କରିଥିବା ଦୁଇ ଯୁବକଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଚାରିଟି ଅଫୁଟା ଗୁଳି ସହ ୩ଟି ମୋବାଇଲ ଜବତ କରିଛି ପୋଲିସ୍ । ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ତେବେ ଗୁଳି ମାଡ଼ ପଛରେ ଘଟଣା କିଛି କମ୍ ବଡ଼ ନୁହେଁ । ପୋଲିସର ସୂଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ସୂରଜ ରାଉତର ଜଣେ ସମ୍ପର୍କୀୟ ନାବାଳିକା ମଠକୁ ଆସୁଥିଲେ । ମଠର ମହନ୍ତ ଅଜୟ ସାମନ୍ତରାୟ ଓ ବାବା ସୁକାନ୍ତ ବିଶ୍ଵାଳ ନାବାଳିକା ସହ କୁଆଡ଼େ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ । ସୂରଜ ଏକଥା ଜାଣିବା ପରେ ବାବା ସୁକାନ୍ତ ବିଶ୍ଵାଳକୁ ଧମକ ଦେଇଥିଲା । କିନ୍ତୁ ବାବା ନ ଶୁଣିବାରୁ ରାଗିଯାଇ ଅକ୍ଟୋବର ୫ରେ ମଠକୁ ଆସି ଆଖିବୁଜା ଗୁଳିମାଡ଼ କରିଥିଲା ।
ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଗୁଳି ମାଡ ଘଟଣା ତଦନ୍ତ କରୁକରୁ ଆତ୍ମଘୋଷିତ ମଠ ମହନ୍ତ ଓ ବାବାଙ୍କ କଳା ସାମ୍ରାଜ୍ୟର ଭିତିରି କଥା ସାମ୍ନାକୁ ଆସିଥିଲା। ଆଉ ଭାଇଭାଇ ମଠର ଆତ୍ମଘୋଷିତ ମହନ୍ତ ଅଜୟ ସାମନ୍ତରାୟ ଓ ସୁକାନ୍ତ ବିଶ୍ୱାଳକୁ ମଧ୍ୟ ପୋକସୋ ଆକ୍ଟରେ ପୋଲିସ ଗିରଫ କରି ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା l ପରେ ଜେଲ ପଠାଇଵା କଥା କମିଶନର କହିଥିଲେ l ଜେଲ ଯାଉଥିବା ବେଳେ ମଧ୍ୟ ବାବା ହାତ ଟେକି ଆଶୀର୍ବାଦ କରୁଥାନ୍ତି । ଅନ୍ୟ ଜଣେ ମୁହଁ ଲୁଚାଉ ଥିଲେ । ତେବେ ଆଗକୁ ଏହି ଘାଟଣାରେ ଆଉ କଣ ଗୁମର ଖୋଲୁଛି ତାକୁ ହିଁ ଦେଖିବାକୁ ବାକି ରହିଲା ।