ଆଇନ ଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ହତ୍ୟା ଘଟଣା : ପୋଲିସ ହାତରେ ଲାଗିଛି ବହୁ ସୁରାକ …..!

youtube

ହତ୍ୟା ଘଟଣା ରେ ଲିପ୍ତ ଥିବା ସୂଚନା ପ୍ରଦାନ କାରୀ ଏବେ ପୋଲିସ ସ୍କେନାର ରେ…!


ଲଘୁଖଣିଜ ଦ୍ରବ୍ୟ ଓ ଜମିଜମା କାରବାର ରେ ମଧ୍ୟସ୍ଥି ଓ ଲେଖା ଛିଡେଇବା ମହଙ୍ଗା ପଡିଲା କି….?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ହାଇ ପ୍ରୋଫାଇଲ ହତ୍ୟା କାଣ୍ଡ କୁମାର ପୂର୍ଣ୍ଣିମା ଦିନ ଘଟିଥିଲା। ଏହି ହତ୍ୟା କାଣ୍ଡ ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ହତ୍ୟା କାଣ୍ଡ ଏକ ସୁଚିନ୍ତିତ ଭାବେ ତିଥି ନଗ୍ନ ଦେଖି ବ୍ଲୁ ପ୍ରିଣ୍ଟ ଅନୁସାରେ ଅତି ନିକଟରୁ ଗୁଳି ମାରି ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା କାଣ୍ଡ ପରେ ପୋଲିସ ବିଭିନ୍ନ ଦିଗକୁ ନେଇ ଅତି ସମ୍ବେଦନଶୀଳ ଭାବେ ଏହି କେସକୁ ତର୍ଜମା କରିବା ପରେ ବହୁ ତଥ୍ୟ ହାସଲ କରିବାରେ ସଫଳ ହୋଇଛି। କେବଳ ସମୟ କୁ ଅପେକ୍ଷା କରି ଏହି ହତ୍ୟା କାଣ୍ଡରେ ପରୋକ୍ଷ ପ୍ରତୋକ୍ଷ ଭାବେ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ମିଡ଼ିଆ ଆଗରେ ଏବଂ ଲୋକଙ୍କ ପାଖରେ ଉପସ୍ଥାପନା କରିବାକୁ ପୋଲିସ ପକ୍ଷରୁ ଚେଷ୍ଟା ଚାଲିଛି। ସରଜମିନ ତଦନ୍ତ ବେଳେ କୁଆଡ଼େ ପୋଲିସ ଏହି ହତ୍ୟା କାଣ୍ଡ ପଛରେ ଜମିଜମା ସମାଧାନ ଓ ଖଣିଜ ଦ୍ରବ୍ୟ ବ୍ୟବସାୟରେ ମଧ୍ୟ ସ୍ଥିତତା କରିବା ଯୋଗୁଁ ଏଭଳି ହତ୍ୟାର ଶିକାର ହୋଇଥିବା ନେଇ ସହର ରେ ଜୋର ଦାର ଚର୍ଚ୍ଚା ହେଲାଣି। ଗଞ୍ଜାମ ଜିଲ୍ଲାର ଭାଗକୁ ଖଣି ବିଭାଗ ମନ୍ତ୍ରୀ ପଦ ପଡ଼ିବା ପୀତବାସ ପଣ୍ଡ ମନ୍ତ୍ରୀଙ୍କ ଘନିଷ୍ଠ ହେବାର ସୁଯୋଗ ନେଇ ଜିଲ୍ଲାର ବହୁ ମାଫିଆ ପୀତବାସ ପଣ୍ଡାଙ୍କ ସ୍କାର୍ନର ରେ ରହିଥିବା ବହୁ ପୂର୍ବରୁ ଚର୍ଚ୍ଚା ହୋଇ ଅସୁଥିଲା। ବହୁ ବଡ଼ ବଡ଼ ଡ଼ିଲ ଯୋଗୁଁ ଅପରାଧତତ୍ତ୍ୱ ମାନଙ୍କ ରୋଷର ଶିକାର ହୋଇଥିବା ଆଲୋଚନା ହେଉଛି। ପୋଲିସ ଠିକଣା ସମୟରେ ଏହି ହାଇ ପ୍ରୋଫାଇଲ ହତ୍ୟା କାଣ୍ଡର ଗୁମର ଖୋଲିବ। ଆଗେ ପିକଚେର ଆଭି ବାକି ହୈ…..! ପୋଲିସ ମିଡ଼ିଆ ଆଗରେ କୌଣସି ତଥ୍ୟ ଦେଉନି ସତ କିନ୍ତୁ ଏହି ହତ୍ୟା କାଣ୍ଡରେ ଲିପ୍ତ ଥିବା ଅପରାଧୀ ମାନଙ୍କ ହୃଦକମ୍ପନ ବଢ଼ିବାରେ ଲାଗିଛି l ହତ୍ୟା କାଣ୍ଡ ଯେପରି ତିଥି ଦେଖି ହୋଇ ଥିଲା ପୋଲିସ ବି ସେମିତି ତିଥି ଦେଖି ଅପରାଧୀ ମାନଙ୍କୁ ଲୋକ ଲୋଚନ କୁ ଆଣିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l ପୋଲିସ ହାତରେ ସୁରାକ ଲାଗି ଗଲାଣି, ଏବେ ପୋଲିସ ଖୋଜୁଛି ଏହି ହତ୍ୟା କାଣ୍ଡ ର ପଛରେ ଥିବା ମୁଖ୍ୟ ଖଳ ନାୟକ କୁ ବୋଲି ବିଶେଷ ସୂତ୍ରରୁ ଖବର ମିଳୁଛି l ଏହି ହତ୍ୟାକାଣ୍ଡ ପଛରେ ଖର୍ଚ୍ଚ ହୋଇଥିବା ଟଙ୍କା ଏବଂ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତି ବିଷୟରେ ପୋଲିସ ସବୁ ଦିଗକୁ ଦୃଷ୍ଟି ରଖି ତଦନ୍ତ କରୁଛି ଏବଂ ଜାଲ ବି ବିଛାଇଛି l ହତ୍ୟାକାଣ୍ଡ ଏବଂ ଆଜି ସୁଦ୍ଧା କଣ ସବୁ ଘଟୁଛି ଘଟଣା କୁ ନେଇ ନଜର ରଖିଛି ସେହି ସୂଚନା ଦେବା ଵ୍ୟକ୍ତି ଏବଂ ପୋଲିସ ନଜର ରୁ ହଟିବା ପାଇଁ ମିଡ଼ିଆ କୁ ମାଧ୍ୟମ ବି କରୁଛି ବୋଧେ ଭାବୁଛି ପୋଲିସ ଆଖିରେ ଧୂଳି ଦେଇ ବଞ୍ଚିଯିବ l କିନ୍ତୁ ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଡାକ୍ତର ଶ୍ରବଣା ବିବେକ ଏମ ଙ୍କ ପାଖରେ ଏହା ସମ୍ଭବ ନୁହେଁ l ପୋଲିସ ଜାଣି ଶୁଣି ଦିନ ଗଡା଼ଉଛି ଦିନ ଯେତେ ଗଡୁଛି ଅପରାଧୀ ମାନଙ୍କ ମନରେ କକୁଆ ଭୟ ବଢ଼ିବାରେ ଲାଗିଛି l ଓକିଲ ମାନେ ବି ପୋଲିସ କୁ ସମୟ ଦେଲେଣି କାରଣ ଏହା ବୃତ୍ତିଗତ ହତ୍ୟା କାଣ୍ଡ ନୁହେଁ ଏହା ସ୍ପଷ୍ଟ କେବଳ ଲଘୁ ଖଣି କାରବାର କିମ୍ବା ଜମି ଜମା ହିଁ ଏହି ହତ୍ୟା କାଣ୍ଡ ର ମୁଖ୍ୟ କାରଣ ଆଉ ରହିଲା ବ୍ଲାକ ମେଲିଙ୍ଗ ବି ସନ୍ଦେହ ପରିସର କୁ ଆସୁଛି l ତେଣୁ ପୋଲିସ ରାତି ଦିନ ଏକ କରି ଅନୁସନ୍ଧାନ କରୁଛି କାରଣ ଏହି ହତ୍ୟାକାଣ୍ଡ ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡ l

Leave A Reply

Your email address will not be published.