ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଶକ୍ତ ଝଟ୍‍କା: ଚାର୍ଜଫ୍ରେମ୍‍ ନେଇ କୋର୍ଟଙ୍କ ରାୟ

youtube

ବିହାର : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‍କା ଲାଗିଛି । ଲାଲୁଙ୍କ ସ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ପାଇଁ ଅଡୁଆ ବଢିଛି । ଦିଲ୍ଲୀର ରାଉଜ୍‍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ଏବଂ ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ, ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ୍‍ କରିବା ନେଇ ରାୟ ପ୍ରକାଶ କରିଛନ୍ତି କୋର୍ଟ । ଆଜି କୋର୍ଟ ତିନି ଜଣଙ୍କ ଉପସ୍ଥିତିରେ ଏଭଳି ରାୟ ପ୍ରକାଶ କରିବା ସହ ଧାରା ୪୨୦ ଏବଂ ଅପରାଧିକ ଷଡଯନ୍ତ୍ର ଅନୁଯାୟୀ ବିଚାର କରାଯିବ ।

ରାଉଜ୍‍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ପ୍ରକାଶ କରି କହିଛନ୍ତି ଯେ ଲାଲୁ ଯାଦବ ଟେଣ୍ଟର ପ୍ରକ୍ରିୟାରେ ହସ୍ତକ୍ଷେପ କରିଛନ୍ତି ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଲାଲୁଙ୍କୁ ଅଭିଯୋଗ ବିଷୟରେ ଅବଗତ କରାଇ କୋର୍ଟ କହିଛନ୍ତି ଯେ ସେ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କୁ ଜମି ଅଧିକାର ପ୍ରଦାନ କରିବା ପାଇଁ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଛନ୍ତି । ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବ ଷଡଯନ୍ତ୍ରରେ ସମାନ ଭାବରେ ସାମିଲ ଥିଲେ । କୋର୍ଟ ଏହା ପରେ ଲାଲୁ ଯାଦବଙ୍କୁ ପଚାରିଥିଲେ ଯେ ସେ ଅଭିଯୋଗ ସମ୍ପର୍କରେ କଣ କହିବେ, ଏହା ସତ୍ୟ କି?, ଉତ୍ତର ଦେଇ ଲାଲୁ କହିଛନ୍ତି ‘ମୁଁ ଦୋଷୀ ନୁହେଁଟ୍ଟ ମୁଁ କିଛି କରିନାହିଁ । ଏହାସହିତ ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା । ସେମାନଙ୍କର ଉତ୍ତର ସମାନ ଥିଲା, ଆମେ ଦୋଷୀ ନୁହେଁ ।

Leave A Reply

Your email address will not be published.