ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାଣ ଫୁଟେଇବା ପାଇଁ ଗାଇଡ଼ ଲାଇନ ଜାରି….!

youtube

ଦୁଇ ଘଣ୍ଟା ପାଇଁ ଅନୁମତି ଦୁଇ ଘଣ୍ଟା ବାଣ ଫୁଟିଲେ ପ୍ରଦୂଷଣ ହେବ ନାହିଁକି…?

ପ୍ରଶାସନ ର ନିୟମକୁ ଦୂରୁ ଜୁହାର…!ପୋଲିସ ର ଅପରେସନ ଅଗ୍ନି କୁ ଫୁ…
ବ୍ରହ୍ମପୁର:ଦୀପାବଳୀ ଅମାବାସ୍ୟା ଦିନ ବାଣ ଫୁଟେଇବା ପାଇଁ ସରକାର ଙ୍କ ଅଜବ ନିତୀ ଦୁଇ ଘଣ୍ଟା ବାଣ ଫୁଟେଇବାପାଇଁ ଅନୁମତି।ପ୍ରାଣୀ ଜଗତ ପ୍ରଦୂଷଣ ଯୋଗୁଁ ଅଣନିଶ୍ୱାସୀ ହେଉଥିଲା ବେଳେ ସରକାର ଙ୍କ ଅଜବ ନିତୀ ଯୋଗୁଁ ପରିବେଶ ପ୍ରେମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ପ୍ରଦୂଷଣ ଯୋଗୁଁ ବର୍ଷା ଦିନେ ଅଧିକ ବର୍ଷା ଗ୍ରୀଷ୍ମ ଦିନେ ଅଧିକ ଗ୍ରୀଷ୍ମ ଶୀତ ଋତୁରେ ମାତ୍ରାଧିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି। ଏଭଳି ପରିସ୍ଥିତିରେ କଭି ହାଁ କଭି ନାଁ ଭଳି ସରକାରଙ୍କ ପଦକ୍ଷେପ ଯୋଗୁଁ ଆଜି ଜଳ ବାୟୁରେ ପରିବର୍ତ୍ତନ ପରିବର୍ତ୍ତନ ଦେଖା ଦେଉଛି। ଗାଇଡ଼ ଲାଇନ ଅନୁସାରେ କେବଳ ସବୁଜ ବାଣ ଫୁଟେଇବା ପାଇଁ ଅନୁମତି ମିଳିବ। ଆମ ରାଜ୍ୟରେ ସବୁଜ ବାଣ କେତେ ସଂଖ୍ୟାରେ ଗଚ୍ଛିତ ଅଛି ଅଧିକ ଶବ୍ଧ ବାଣ କେତେ ସଂଖ୍ୟାରେ ଗଚ୍ଛିତ ଅଛି ତାହାର ହିସାବ କାହା ପାଖରେ ଅଛି। ବର୍ତ୍ତମାନ ପୋଲିସ ପକ୍ଷରୁ ସାରା ରାଜ୍ୟରେ ଅଗ୍ନି ମିସେନ ଦ୍ୱାରା ବାଣ ଜବତ କରାଯାଇଛି। ସେହି ଜବତ ବାଣରେ କେତେ ପ୍ରତିଶତ ସବୁଜ ବାଣ ରହିଛି। ଗାଇଡ଼ ଲାଇନ କେଵଳ କହିବା ପ୍ରଚାର ପ୍ରଚାର ରେ ସୀମିତ ହୋଇଥିବା ଚର୍ଚ୍ଚା ହେଉଛି। ନିର୍ଦ୍ଧେଶା ନାମାର ଏହି ଦୁଇ ଘଣ୍ଟାରେ କେତେ କୋଟି ଟଙ୍କାର ବାଣ ଫୁଟିବ ଫୁଟିବା ବାଣ ମଧ୍ୟରୁ ସବୁଜ ବାଣ କେତେ ଅଧିକ ଶବ୍ଧ ବାଣ କେତେ ତାହାର ହିସାବ କରିବ କିଏ…? ଏହି ଗାଇଡ଼ ଲାଇନ୍ ରେ କେବଳ ବାଣ ବ୍ୟବସାୟୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି।

Leave A Reply

Your email address will not be published.