ଗଞ୍ଜାମ ଜିଲ୍ଲା ରେ କୋଳି ଖାଇ ମଞ୍ଜି ପୋତିଥିବା ବାବୁ ମାନଙ୍କ ପୁଣି ଘର ବାହୁଡା଼…!
ସରକାର ଙ୍କ ୩ ବର୍ଷିଆ ବଦଳି ଏକ ଧୂଆଁ ବାଣ…!

ଅବକରୀ ବିଭାଗ ମହାନ୍ତି ବାବୁଙ୍କ କଥା ଟିକିଏ ନିଆରା, ବାବୁଙ୍କ ମୋହ ଛାଡୁନି ଗଞ୍ଜାମ ଜିଲ୍ଲାରୁ ….!
ସିଲଭର ଜୁବଲି ହେବ ଗଞ୍ଜାମ ଜିଲ୍ଲାରେ ଅନେକ ବାବୁଙ୍କ..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ସରକାରୀ ବାବୁ ମାନେ କୋଳିଖାଇ ମଞ୍ଜି ପୋତିବା ନୀତିରେ ତୃତୀୟ ମହଲା କୁ ଖୁସ କରି ଜିଲ୍ଲାକୁ ଆସୁଥିବା ଚର୍ଚ୍ଚା ହୋଇ ଆସୁଛି। ତାହାର ନଗ୍ନ ନମୁନା ଏବେ ଦେଖିବାକୁ ମିଳୁଛି ତାହା ମୁଖ୍ୟତଃ ପୋଲିସ ଓ ଅବକାରୀ ବିଭାଗରେ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେଲା ଗଞ୍ଜାମ ଜିଲ୍ଲା ରେ ରହି କୁବେର ହେବା ପରେ ଅନିଚ୍ଛା ସତ୍ୱେ ବଦଳି ହୋଇ ଜିଲ୍ଲା ବାହାରକୁ ଯାଇଥିଲେ କିନ୍ତୁ ବର୍ତ୍ତମାନ ପୁଣି ଘର ବାହୁଡା଼ କରିବା ଖବର ଏବେ ହାଟରୁ ଯାଇ ଦାଣ୍ଡରେ ଗଡୁଛି ଏବଂ ଚାହା ଖଟିରେ ଚର୍ଚ୍ଚା ଜୋର ଧରିଛି l ସୂଚନା ଥାଉକି ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଦୁଇ ଅଫିସର ପୁଣି ବ୍ରହ୍ମପୁର ପୋଲିସ ଜିଲ୍ଲା କୁ ଫେରିଛନ୍ତି ଗୋଟିଏ ହେଲେ ଗୋଳୋନ୍ଥରା ଥାନାର ତତ୍କାଳୀନ ଆଇ. ଆଇ. ସି ଆଲୋକ ଜେନା ଯିଏକି ବର୍ତ୍ତମାନ ଅତିରିକ୍ତ ଏସ. ପି ଭାବରେ ଫେରିଛନ୍ତି ଏବଂ ତତ୍କାଳୀନ ବ୍ରହ୍ମପୁର ଟାଉନ ଥାନା ର ଆଇ. ଆଇ. ସି ସୁରେଶ ତ୍ରିପାଠୀ ବର୍ତ୍ତମାନ ବ୍ରହ୍ମପୁର ଏସ ଡି ପି ଓ ଭାବେ ଦାୟିତ୍ୱ ନେଇଛନ୍ତି ଯାହାକି ବିଭିନ୍ନ ଗଣ ମାଧ୍ୟମରେ ଚର୍ଚ୍ଚା ବାବୁ ମାନେ କୁଆଡେ ପୀତବାସ ପଣ୍ଡା ଙ୍କ ହତ୍ୟାକାରୀ କୁ ଧରିବାକୁ ଆସିଛନ୍ତି, ତାହା ମାନେ ବୋଧେ ବ୍ରହ୍ମପୁର ପୋଲିସ ରେ କିଏ ବି ଦକ୍ଷ ଅଫିସର ନଥିଲେ ଯାହା ସ୍ପଷ୍ଟ କରୁଛି ଏହା ଫଳରେ ଅନ୍ୟ ପୋଲିସ ଅଧିକାରୀ ମାନଙ୍କ ମନ ଦୁର୍ବଳ ହେବା ସ୍ୱାଭାବିକ କଥା l ଦେଖା ଯାଉ ଆଗକୁ କଣ ହେଉଛି l ସେହି ଭଳି ଅବକାରୀ ବିଭାଗ ର ମହାନ୍ତି ବାବୁ ଙ୍କ କଥା ଟିକିଏ ନିଆରା ବାବୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରରେ ତାଙ୍କର ସରକାରୀ ଚାକରି ଜୀବନ ବିତାଇଛନ୍ତି। ପ୍ରାୟ ୨୫ ବର୍ଷ ପାଖା ପାଖି ଏହି ମହାନ୍ତି ବାବୁ ଅବକାରୀ ବିଭାଗ ରେ ଗଞ୍ଜାମ ଜିଲ୍ଲାରେ ରହିଥିବା ଚର୍ଚ୍ଚା ହେଉଛି। ଆଜି ପୁଣି ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ କାର୍ଯ୍ୟାଳୟ ର ହେଡ଼ କ୍ଵାଟର ରେ ମହାନ୍ତି ବାବୁ ଦାୟିତ୍ୱ ନେବା ନେଇ ଚର୍ଚ୍ଚା ଜୋର ଧରିଛି। ଏତେ ବର୍ଷ ହେଲା ମହାନ୍ତି ବାବୁଙ୍କ ଗଞ୍ଜାମ ଜିଲ୍ଲାର ପାଣି ପବନ ସହ ସମ୍ପର୍କ ବଢ଼ିଯାଇଛି, ଯେ ସେ ଏହି ଜିଲ୍ଲାକୁ ଭୁଲି ପାରୁ ନାହାନ୍ତି। ମହାନ୍ତି ବାବୁ ବଡ଼ କାଢ଼ୁଆ ବାବୁ ସେ ଗରିବ ଶ୍ରେଣୀର ଦେଶୀ ମଦ ଵେବସାୟୀ ବା କୋଚିଆ ମାନଙ୍କ ଉପରେ ହୁକୁମ ଦେଖାଉ ଥିବାର ନଜିର ମଧ୍ୟ୍ୟ ରହିଛି। ମଦ ମାଫିଆ ମାନଙ୍କୁ ଦୂରରୁ ସଲାମ କରୁଥିବା ବାବୁଙ୍କ ଅଭ୍ୟାସ। ଶୁଣିବାକୁ ମିଳୁଛି ଆସିକା ଅଞ୍ଚଳ ର ଜଣେ ମଦ ମାଫିଆ ନିଜ ସ୍ୱାର୍ଥ ହାସଲ ପାଇଁ ବାବୁଙ୍କୁ ପୁଣି ଆଣିଛନ୍ତି ବୋଲି ଚର୍ଚ୍ଚା ହେଉଛି l ଦେଖା ଯାଉ ବାବୁଙ୍କୁ ଗଞ୍ଜାମ ଜିଲ୍ଲାର କେଉଁ ସହର ରେ ପୋଷ୍ଟିଙ୍ଗ ହେଉଛି।ବାବୁ ପୂର୍ବରୁ ଆସିକା ଅଞ୍ଚଳ ରେ ଥିଲେ ପୁଣି ଆସିକା ଅଞ୍ଚଳକୁ ଆସିବା ସକାଶେ ଲେଖା ଛିଡେଇ ଆସିଥିବା ନେଇ ମଧ୍ୟ ଚର୍ଚ୍ଚା ହେଲାଣି। ସୂଚନା ଥାଉକି ଅଫିସର ମାନଙ୍କ ଗୁଡ ମାଠିଆ ହେଉଛି ଗଞ୍ଜାମ ଜିଲ୍ଲା ଏହା ନଜିର ବି ରହିଛି l ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅନେକ କିରାଣୀ ଓ ବଡ ବାବୁ ମାନେ ପ୍ରାୟ ଦଶବର୍ଷ ରୁ ଉର୍ଦ୍ଧ ଦିନ ହେଲା ନିଜ ଚୌକି ଜାବୁଡି ଧରି ବସିଛନ୍ତି ଏବଂ ଜଣେ ବାବୁ ୨୬ ବର୍ଷ ହେଲାଣି ଜିଲ୍ଲା ଛାଡିବାକୁ ନାରାଜ ଜିଲ୍ଲାର ପ୍ରତ୍ୟେକ ମାଫିଆ, ଏବଂ ଦୁର୍ନୀତି ବାବୁଙ୍କ ଇସାରାରେ ହୋଇଥାଏ ଏହା ସମସ୍ତେ ଜାଣନ୍ତି ତେଣୁ ସରକାର ଙ୍କ ୩ ବର୍ଷ ରେ ବଦଳି ଏକ ଧୂଆଁ ବାଣ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l