ଶ୍ରୀମନ୍ଦିରରେ ହେବ ଓ୍ବାକିଟକି ବ୍ୟବସ୍ଥା

add-all

ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ବାରଣ ହେବ ମୋବାଇଲ ଫୋନ୍। କୌଣସି ପୁଲିସ୍‌ କର୍ମଚାରୀ କିମ୍ବା ସେବାୟତ ମନ୍ଦିର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ଆଗକୁ ଓ୍ବାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି ସୁରକ୍ଷା ସବ୍‌ କମିଟି ମୁଖ୍ୟ। ଆଜି ସୁରକ୍ଷା ସବ୍‌ କମିଟି ମୁଖ୍ୟ ଡଃ ଗିରିଶ୍ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଶ୍ରୀମନ୍ଦିର ସୁରକ୍ଷା ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସୁରକ୍ଷା ସବ୍‌ କମିଟି ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁ ଏହି ସୂଚନା ଦେଇଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି। କେତେକ ଜିନିଷ ନିଜକୁ କରିବାକୁ ହେବ ଏବଂ ଆଉ କିଛି ସରକାର କରିବେ। କାହାକୁ ହଇରାଣ କରିବାକୁ ନୁହେଁ , ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ। ଅନ୍ୟ ମନ୍ଦିରର ସୁରକ୍ଷା ଅନୁଧ୍ୟାନ କରି ନିଷ୍ପତ୍ତି ନେବୁ।

ad-week
Leave A Reply

Your email address will not be published.