
ନୂଆଦିଲ୍ଲୀ : କେଦାରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ପରିବର୍ତ୍ତନଶୀଳ ପାଣିପାଗ, ବର୍ଷା, ତୁଷାରପାତର ଭୟ ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଥାଏ। ବୟସ୍କ ଓ ଶିଶୁଙ୍କ ପାଇଁ ଯାତ୍ରା କଷ୍ଟଦାୟକ ହୋଇଥାଏ। ଏବେ ଏହାକୁ ସହଜ କରିବା ପାଇଁ ଆଦାନୀ ଗ୍ରୁପ୍ ୪ ହଜାର କୋଟି ଟଙ୍କା ଖର୍ଚ୍ଚରେ ୧୨.୯ କିଲୋମିଟର ଲମ୍ବା ରୋପୱେ ପ୍ରସ୍ତୁତ କରୁଛି। ଏହା ଫଳରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୮-୯ ଘଣ୍ଟାର ଯାତ୍ରା ମାତ୍ର ୩୬ ମିନିଟରେ ପୂରା କରିହେବ।
ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଥିବା ଭିଡିଓରେ କୁହାଯାଇଛି କି କେଦାରନାଥ ଯାତ୍ରା ଲକ୍ଷ ଲକ୍ଷ ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର; କିନ୍ତୁ ରାସ୍ତା ଲମ୍ବା ରାସ୍ତା ଏହାକୁ କଷ୍ଟଦାୟକ କରୁଛି। ଏବେ ୧୨.୯ କିଲୋମିଟର ଲମ୍ବା ରୋପୱେ ସାହାଯ୍ୟରେ ପ୍ରତି ଘଣ୍ଟାରେ ୧ ହଜାର ୮୦୦ ଶ୍ରଦ୍ଧାଳୁ ଯାତ୍ରା କରିପାରିବେ। ଏହା ଅତ୍ୟାଧୁନିକ ସହ ସୁରକ୍ଷିତ ମଧ୍ୟ ହେବ। ଏହା ଫଳରେ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ।