ଶେରଗଡ଼ କାଳିଆ ଜେନା ହତ୍ୟା ଉଦ୍ୟମ ମାମଲା ଘଟଣା : ସମର୍ଥକ ମାନଙ୍କ ହାଇ ଡ୍ରାମା ପରେ ବିଜେଡ଼ି ନେତା ପିଣ୍ଟୁ ପଟ୍ଟନାୟକ ଗିରଫ…!

youtube

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଧନନ୍ତର ପଞ୍ଚାୟତ ସୁନାନ୍ତର ଗାଁ ରେ ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ଉଦ୍ୟମ ସହ ବୋମା ଓ ଗୁଳିମାଡ ଘଟଣାରରେ ଯୁବ ବିଜେଡ଼ି ସଭାପତି ସନ୍ତୋଷ ପଟ୍ଟନାୟକ ଓରଫ ପିଣ୍ଟୁ ପଟ୍ଟନାୟକଙ୍କୁ ଆଜି ଗିରଫ କରିଛି ପୋଲିସ l ଏହାକୁ ବିରୋଧ କରି ତାଙ୍କର ହଜାର ହଜାର ସମର୍ଥକ ଓ ବିଜେଡି କର୍ମୀ ଓ ମହିଳା ମାନେ ଶେରଗଡ଼ ଥାନା ଘେରାଉ କରିଥିବା ବେଳେ ଆଇନ ଶୃଙ୍ଖଳା ଦୁଷ୍ଟିରେ ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି l ପ୍ରକାଶ ଥାଉକି ଗତ ଜୁଲାଇ ୨୫ ତାରିଖ ସନ୍ଧ୍ୟାରେ ଧନନ୍ତର ପଞ୍ଚାୟତ ସୁନାନ୍ତର ଠାରେ ନିରଞ୍ଜନ ଜେନା ଓରଫ କାଳିଆ ଜେନା ଙ୍କୁ ହତ୍ୟା ଉଦ୍ଦେଶ୍ୟ ରଖି ଆକ୍ରମଣ କରିବା ସହ ତାଙ୍କ ଉପରକୁ ବୋମା ଆଉ ଗୁଳି ମାଡ଼ କରିଥିଲେ l ଘଟଣା ଦିନ ନିରଞ୍ଜନ ଜେନା ଓରଫ କାଳିଆ ଜେନା ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ l ଏହି ଆକ୍ରମଣ ଘଟଣା ପଛରେ ବ୍ୟକ୍ତିଗତ ଓ ରାଜନୈତିକ ଶତ୍ରୁତା ଥିବା ବେଳେ ହତ୍ୟା ଉଦ୍ୟମ ପାଇଁ ୨୦ ଲକ୍ଷ ଟଙ୍କାର ସୁପାରି ଦିଆ ଯାଇଥିଲା l ତେବେ ପୂର୍ବରୁ ଏହି ଘଟଣାରେ ଶେରଗଡ଼ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ବିଜେଡ଼ି ଯୁବ ସଭାପତି ସନ୍ତୋଷ ପଟ୍ଟନାୟକ ଓରଫ ପିଣ୍ଟୁ ପଟ୍ଟନାୟକଙ୍କୁ ଗିରଫ କରିଛି ପୋଲିସ l ଏହାକୁ ପ୍ରତିବାଦ କରି ତାଙ୍କର ହଜାର ହଜାର ସମର୍ଥକ ଓ ବିଜେଡି କର୍ମୀ ଓ ମହିଳା ମାନେ ଶେରଗଡ଼ ଥାନା ଘେରାଉ କରିଛନ୍ତି l ତେବେ ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ଉଦ୍ୟମ ପଛରେ ବିଜେଡି ଯୁବ ସଭାପତି ସନ୍ତୋଷ ପଟ୍ଟନାୟକ ଙ୍କ କୌଣସି ସମ୍ପୁକ୍ତ ନଥିବା କହି ତାଙ୍କୁ ତୁରନ୍ତ ଛାଡିବାକୁ ଅଡି ବସିଥିଲେ ସମର୍ଥକ l ଶେଷ ରେ କୋର୍ଟଚାଲାଣ ପରେ ଜେଲ ପଠାଯାଇଛି। ସମର୍ଥକ ମାନଙ୍କୁ ଢାଲ କରି ବର୍ତ୍ତିବା ଫେଲ ମାରିଲା ଶେଷରେ ଜେଲଗଲେ ନେତା ବୋଲି ଲୋକେ ଆଲୋଚନା କରୁଛନ୍ତି।

Leave A Reply

Your email address will not be published.