ଜାରି ହେଲା ବିଜେପିର ଷ୍ଟାର୍ ପ୍ରଚାରକ ଲିଷ୍ଟ

add-all

ଭୁବନେଶ୍ବର: ନୂଆପଡା ମଇଦାନ ଏବେ ସରଗରମ । ନିଜ ନିଜ ଯୋଦ୍ଧାକୁ ଓହ୍ଲାଇ ସାରିଛନ୍ତି ୩ ଦଳ । ଏବେ ଲଢେଇ ଶେଷ ପ୍ରସ୍ତୁତିରେ । ତିନି ଦଳ ନିଜ ନିଜର ବିଜୟ ପାଇଁ ଅଙ୍କ କଷୁଥିବା ବେଳେ ବିଜେପି ଏକ ଶକ୍ତିଶାଳୀ ୪୦ ସଦସ୍ୟ ବିଶିଷ୍ଟ ଷ୍ଟାର ପ୍ରଚାରକ ତାଲିକା ସହିତ ନୂଆପଡା ଉପନିର୍ବାଚନ ପ୍ରଚାର ଆରମ୍ଭ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ତାଲିକା ଦଳ ଦାଖଲ କରିଛି ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନେତୃତ୍ୱରେ ୪୦ ଜଣିଆ ଟିମ୍ ପଶ୍ଚିମ ଓଡିଶାରେ ଭୋଟରଙ୍କୁ ଏକାଠି କରିବାକୁ ମଇଦାନକୁ ଓହ୍ଲାଇବେ । ଯେଉଁଥିରେ ବିଜେପି ଓଡିଶା ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଆଲ ଓରାମ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନେକ ଶକ୍ତିଶାଳୀ ନେତା ସାମିଲ ହୋଇଛନ୍ତି । ଏଥିସହିତ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ଦୁଇ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଲତା ଉସେଣ୍ଡି, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ତାଲିକାରେ ସାମିଲ ହୋଇଛନ୍ତି । ଏହାବ୍ୟତୀତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡାଙ୍କ ସମେତ ଅନେକ ଦଳୀୟ ନେତା, ବିଧାୟକ, ସାଂସଦମାନେ ଷ୍ଟାର ପ୍ରଚାରକ ଭାବେ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ।

ad-week
Leave A Reply

Your email address will not be published.