ଏସଓଏସ୍‍ ଭିଲେଜ ପିଲାଙ୍କ ସହ ଜନ୍ମଦିନ ପାଳନ କରି ଖୁସି ଜାହିର କଲେ ନବୀନ

youtube

ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ୭୯ ବର୍ଷରେ ପଦାର୍ପଣ କରିଛନ୍ତି । ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀରେ ବିଶ୍ୱାସ ରଖୁଥିବା ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନ ଏସଓଏସ୍‍ ଭିଲେଜର ପିଲାମାନଙ୍କ ଗହଣରେ କାଟିଥିଲେ ।

ଆଜି ପୂର୍ବାହ୍ନରେ ଶ୍ରୀ ପଟ୍ଟନାୟକ ସେଠାର ପହଂଚିବା ପରେ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ। ପିଲାମାନେ ଦ୍ୱାରା ପ୍ରସ୍ତୁତ କେକ୍‍ ଶ୍ରୀ ପଟ୍ଟନାୟକ କାଟିବା ସହ ପିଲାମାନଙ୍କୁ ନିଜେ କେକ୍‍ ଖୁଆଇ ଦେଇଥିଲେ ଓ ଉପହାର ଦେଇଥିଲେ ।
ପିଲାମାନଙ୍କୁ ଆଶୀର୍ବାଦ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ପିଲାମାନଙ୍କ ସହ ଜନ୍ମ ଦିନ ପାଳନ କରି ସେ ବହୁତ ଖୁସି । ତାଙ୍କ ଜନ୍ମ ଦିନରେ ସାମିଲ ହୋଇଥିବାରୁ ପିଲାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ
ଭଲ ମଣିଷ ହେବା ପାଇଁ ଆଶୀର୍ବାଦ କରିଥିଲେ । 

Leave A Reply

Your email address will not be published.