ପୋଖରୀରେ ବୁଡ଼ିଗଲେ ୨ ନାବାଳକ

youtube

ରାଇରଙ୍ଗପୁର :  ପୋଖରୀରେ ବୁଡ଼ି ୨ ନାବାଳକ ମୃତ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଚାଡରିପାହାଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁବାର ଦିନ  ଦୁଇ ନାବାଳକ ପୁଅ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ଆଠ ବର୍ଷର ଏବଂ ଅନ୍ୟ ଜଣେ ୯ ବର୍ଷର ଅଛନ୍ତି ।  ରିପୋର୍ଟ ଅନୁଯାୟୀ, ଦୁଇ ନାବାଳକ ପୁଅ ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିଲେ।

ସେମାନେ ଗାଧୋଇବା ସମୟରେ କୌଣସି ପ୍ରକାରେ ସେମାନଙ୍କ ଗୋଡ ଖସିଯାଇଥିଲା   ଏବଂ ସେମାନେ ଗଭୀର ପାଣିରେ ବୁଡିଯାଇଥିଲେ ।  ଘଟଣା ପରେ ସ୍ଥାନୀୟ ଲୋକମାନେ ଅଗ୍ନିଶମ ସେବା ବିଭାଗକୁ ଖବର ଦେଇଥିଲେ।   ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଦୁଇ ପିଲାଙ୍କ ମୃତଦେହ ବାହାର କରିଥିଲେ। ଦୁଇ ପିଲାଙ୍କ ଦୁଃଖଦ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.