ହାଇ ପ୍ରୋଫାଇଲ ପୀତବାସ ପଣ୍ଡା ଙ୍କ ହତ୍ୟା ଘଟଣା :ସୁଧ-ଲଘୁ ଖଣିଜ -ଜମି ପାଇଁ ପୀତବାସ ଙ୍କୁ ହତ୍ୟା କି…?
୧ ୨ ଦିନ ପୁରିଲା ରହସ୍ୟ ରୁ ପରଦା ହଟିବ କେବେ..?

ହତ୍ୟାକାଣ୍ଡ ପଛର ମୁଖ୍ୟ ଖଳ ନାୟକ କିଏ…?.

ଯଦି ହତ୍ୟା କାରୀ ବିହାରୀ ଯୁବକ? ତେବେ ସେମାନଙ୍କ ପଛରେ କିଏ…?

ହତ୍ୟାକାଣ୍ଡ କୁ ୧ ୨ ଦିନ ପୁରିଲା ତଥାପି ପୋଲିସ ନୀରବ..
ବ୍ରହ୍ମପୁର: ହାଇ ପ୍ରୋଫାଇଲ ହତ୍ୟା କାଣ୍ଡ ପୀତବାସ ପଣ୍ଡା ଙ୍କ ହତ୍ୟା କାରୀ ପୋଲିସ କବ୍ଜାରେ ଥିଲେ ବି ମୁଖ୍ୟ ଷଡ଼ଯନ୍ତ୍ର କାରୀ ଏବେବି ବାହାରେ। ପୋଲିସ ପକ୍ଷରୁ ବାରମ୍ବାର ହତ୍ୟା କାରୀଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ତଥ୍ୟ ଥିଲେବି ମିଡ଼ିଆ ଆଗରେ ପୁରା କଥା ନକହିବା ଯୋଗୁଁ ଏହି ହାଇ ପ୍ରୋଫାଇଲ ହତ୍ୟା ପଛରେ ଥିବା ନାୟକର ମୁଖା ଖୋଲିବ କେବେ ତାହାକୁ ନେଇ ବିରାଟ ପ୍ରଶ୍ନ ବାଚୀ। ଆଜି ପୀତବାସ ପଣ୍ଡା ଙ୍କ ମୃତ୍ୟୁ ର ବାର ଦିନ ହୋଇ ଯାଇଛି ଏହି ୧୨ ଦିନ କାର୍ଯ୍ୟ ରେ ଅନେକ ଗୁଣି ଜ୍ଞାନୀ, ଓକିଲ ନେତା, କର୍ମୀ ଓ ସାଧାରଣ ଜନତା ବହୁ ମାତ୍ର ରେ ଯୋଗ ଦେଇଥିଲେ ସମସ୍ତ ଙ୍କ ଗୋଟିଏ ପ୍ରଶ୍ନ ରହସ୍ୟ ରୁ ପରଦା ହଟିବ କେବେ..? ହତ୍ୟା କାରୀଙ୍କୁ ଧରିବା ସକାଶେ ଯେତିକି ବିଳମ୍ବ ଘଟୁଛି ପରଦା ପଛରେ ଥିବା ନାୟକ ମାନଙ୍କ ହୃଦ ସ୍ପନ୍ଦନ ସେତିକି ବଢୁଛି। ପୀତବାସ ପଣ୍ଡାଙ୍କ ବ୍ୟକ୍ତିଗତ ଡ଼ାଇରି ରେ ତାଙ୍କର ସମସ୍ତ ପ୍ରକାର ବ୍ୟବସାୟ ସାଙ୍ଗକୁ ସୁଧ କରବାର ସମ୍ପର୍କ ରେ ବହୁ ତଥ୍ୟ ପୋଲିସ ହାତରେ ଲାଗିଥିବା ବାହାରେ ଚର୍ଚ୍ଚା ହେଲାଣି। ଡ଼ାଇରି ର ତଥ୍ୟ କୁ ଆଧାର କାରି ପୋଲିସ ବହୁ ତଥ୍ୟ ପାଇଥିବା ଆଲୋଚନା ହେଉଛି। ଏହି ବିହାରୀ ସାର୍ପ ସୁଟର ମାନଙ୍କୁ ବ୍ରହ୍ମପୁର ଆଣିଲା କିଏ..? ବ୍ରହ୍ମପୁର ରେ ହତ୍ୟା କାରୀ ରହିବା ପରେ ତାଙ୍କୁ କିଏ ସହଯୋଗ କଲା ଏହି ସବୁ ଘଟଣା ପୋଲିସ କିଭଳି ମିଡ଼ିଆ ଆଗରେ ତଥ୍ୟ ରଖୁଛି ତାହା ସମୟ କହିବ। ଅଦୃଶ୍ୟ ଶକ୍ତି ଓ ବଡ଼ ବଡ଼ିଆ ମାନଙ୍କୁ ପୋଲିସ କି ପ୍ରକାର ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା। ଖଣି, ସୁଧ, ଜମି ବ୍ୟବସାୟ ଯୋଗୁଁ ଏହି ହାଇ ପ୍ରୋଫାଇଲ ହତ୍ୟା ହେଲା ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଲାଣି। ପୋଲିସ ତଦନ୍ତ କୁ ନେଇ ସ୍ପଷ୍ଟ କେବେ କରିବ ଏବଂ ରହସ୍ୟ ରୁ ପରଦା କେବେ ହଟିବ ତାହା ସମସ୍ତଙ୍କ ନଜର ରହିଛି l ପୋଲିସ ଡି ଜି କହିବା ଅନୁସାରେ ପୀତବାସ ପଣ୍ଡା ଙ୍କ ହତ୍ୟା କାରୀ କୁ ବିହାର ଓ କଲିକତା ବୋର୍ଡର ରୁ ଗିରଫ କରାଗଲା ଏବଂ ସେମାନେ ବିହାରୀ ଯଦି ଏହା ସତ ତେବେ ଏମାନଙ୍କୁ ବ୍ରହ୍ମପୁର କୁ ଆଣିଲା କିଏ ଏବଂ ପୀତବାସ ଙ୍କ ବିଷୟରେ ସବୁକିଛି ତଥ୍ୟ ଦେବାରେ ସହଯୋଗ କରୁଥିଲା କିଏ..? ଏମାନେ ଆସି ବ୍ରହ୍ମପୁର ରେ ରହୁଥିଲେ କେଉଁଠି..? ଏବଂ ପୀତବାସ ଙ୍କୁ ଚିନ୍ହାଇବା ଏବଂ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ କରିବା ସହିତ ଦିନ ଓ ସମୟ ନିର୍ଦ୍ଧିଷ୍ଟ କରି ହତ୍ୟା ପରେ ସେମାନଙ୍କୁ ଓଡିଶା ବାହାରକୁ ଯିବାରେ ସାହାଯ୍ୟ କଲା କିଏ..? ଯାହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି ଯାହାକି ସାଧାରଣ କଥା l ହତ୍ୟାକାରୀ ଯେତିକି ଦୋଷୀ ନୁହନ୍ତି ତାହାଠାରୁ ଅଧିକା ଦୋଷୀ ଓ ଅପରାଧୀ ପରଦା ପଛରେ ଥିବା ହତ୍ୟାକାଣ୍ଡ ର ସେହିବ୍ୟକ୍ତି l ପୋଲିସ ମୁଖ୍ୟ ଷଢ଼ଯନ୍ତ୍ର କାରୀ କୁ ନେଇ ଏବେ ହରଡ଼ ଘଣାରେ କାରଣ ପୋଲିସ ଏବେ ସ୍ପଷ୍ଟ କରି ସାରିଛି ବିହାର ରୁ ଆସିଥିବା ସାରଫ ସୁଟର ଏବେ ପୋଲିସ କବ୍ଜା ରେ ତେବେ l ପୋଲିସ ସବୁ କିଛି ତଥ୍ୟ ବି ସେମାନଙ୍କ ଠାରୁ ହସ୍ତଗତ କରି ସାରିଥିବ ତେବେ ଘଟଣା ପଛରେ ଥିବା ଖଳ ନାୟକ କୁ ହାତ ମାରୁନି କାହିଁକ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ନା ସବୁକିଛି ଶୀତଳ ହେଲା ପରେ ଦୁଇ ବିହାରୀ ଯୁବକ କୁ ହତ୍ୟା କାଣ୍ଡ ରେ ପୋଲିସ ବଳି ଦେବ ଏବେ ପରଦା ପଛରେ ଥିବା ଖଳ ନାୟକ କୁ ନାୟକ ବନାଇବା ରେ ବାହା ବାହା ନେବ ତାହା ସମୟ କହିବ…