
ମାଲକାନଗିରି : ବନ୍ଧୁକ ଛାଡିଲେ, ଗୋଲାପ ଧରିଲେ। ଭୁଶୁଡ଼ୁଛି ଲାଲଗଡ଼ । ମହାରାଷ୍ଟ୍ର ପରେ ଛତିଶଗଡ଼ । ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଟପ ମାଓ ନେତାଙ୍କ ସମେତ ୨୧୦ ନକ୍ସଲ । ୧୫୩ଟି ଅସ୍ତ୍ରଶସ୍ତ୍ର ସହ ୨୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ଜଣ ମହିଳା ଓ ୯୮ ଜଣ ପୁରୁଷ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଦଣ୍ଡକାରଣ୍ୟ ଅଞ୍ଚଳରେ ସକ୍ରିୟ ମାଓବାଦୀମାନେ ଅସ୍ତ୍ର ଛାଡ଼ି ସରେଣ୍ଡର କରିଛନ୍ତି । ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ସିପିଆଇ ମାଓବାଦୀ ସଂଗଠନର ଜଣେ ସେଣ୍ଟ୍ରାଲ କମିଟି ମେମ୍ବର, ୪ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନ କମିଟି ମେମ୍ବର,ଜଣେ ରିଜିଅନାଲ କମିଟି ସଦସ୍ୟ, ୨୧ ଡିଭିଜନାଲ କମିଟି ସଦସ୍ୟ ଓ ୬୧ ଜଣ ଏରିଆ କମିଟି ସଦସ୍ୟ ସାମିଲ ଅଛନ୍ତି ।
ସେମାନଙ୍କ ମଧ୍ୟରୁ ଅଧିକାଂଶ ଅବୁଝମାଡ଼ରେ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ । ସେହିପରି୧୫୩ଟି ଅସ୍ତ୍ରଶସ୍ତ ମଧ୍ୟରେ ରାଇଫଲ, ଏଲଏମଜି, କାର୍ବାଇନ, ପିସ୍ତଲ ଓ ବିିଜିଏଲ ଲଞ୍ଚର ରହିଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡେଡଲାଇନ ରଖିଛନ୍ତି । ଏଥିପାଇଁ ସୁରକ୍ଷାବାହିନୀ ଜୋରଦାର ଅପରେସନ ଚଳାଇଛି । ବଡ଼ କାର୍ଯ୍ୟାନୁଷ୍ଠାନରେ ଦୁର୍ବଳ ହେଉଛି ଲାଲ ବାହିନୀ । ଆଜି ଛତିଶଗଡ଼ରେ ୨୦୮ ଜଣ ମାଓବାଦୀ ଆତ୍ମମର୍ପଣ କରିଛନ୍ତି । ଏହାସହ ଉତ୍ତର ବସ୍ତରରେ ଲାଲ ବାହିନୀ ଆଡ୍ଡା ଧ୍ବଂସ ପାଇଛି ।