ଡିଭାଇଡର ଉପରେ ଚଢିଗଲା କାର୍, ୩ ମୃତ

youtube

ବରଗଡ଼ : ଡିଭାଇଡର ଉପରେ ଚଢିଗଲା କାର୍, ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ବରଗଡ଼ ଭଟଲି ଛକ ଓଭର ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡ଼ିଗଲା କାର୍ । ମୃତକଙ୍କ ମଧ୍ୟରେ ୨ ଜଣ ଏକ ଘରୋଇ କମ୍ପାନୀର କର୍ମଚାରୀ । ଅନ୍ୟ ଜଣେ ବରଗଡ଼ ସହରର ବ୍ୟବସାୟୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।  ମୃତ ବ୍ୟକ୍ତି ହେଲେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଗାଁର ଲୁସେନେରୀ ଦିସାରୀ , ଭୁବନେଶ୍ବରର ଜ୍ଞାନ ରଞ୍ଜନ ସାହୁ । ବରଗଡ଼ ସହରର ଯୁବ ବ୍ୟବସାୟୀ ୨୬ ବର୍ଷିୟ ସୌରଭ ଅଗ୍ରୱାଲ ମେ ମାସରେ ବିବାହ କରିଥିଲେ। ଗୁରୁତର ମହିଳା ହେଲେ ରିଜିକା ସେଠୀ । ବରଗଡ଼ ଟାଉନ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.