ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ବିରତି ସମୟ ଶେଷ, ଚିନ୍ତାରେ ଶେହବାଜ

add-all

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତି ସମୟ ଶୁକ୍ରବାର ସନ୍ଧ୍ୟା ୬ଟାରେ ଶେଷ ହେଉଛି। ଯୁଦ୍ଧ ବିରତି ଶେଷ ହେବା ପରେ ପୁଣି ଥରେ ଆକ୍ରମଣ ପ୍ରତିଆକ୍ରଣ ଆରମ୍ଭ ହୋଇଯିବାର ଆଶଙ୍କା ରହିଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ନିକଟରେ ଏକ ସାକ୍ଷାତକାରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ସମାପ୍ତ ଲାଗି ମଧ୍ୟସ୍ଥତା ପାଇଁ ଅନୁରୋଧ କରିଥିଲେ। ଯେଉଁଥିରୁ ଶେହବାଜଙ୍କ ଚିନ୍ତା ସ୍ପଷ୍ଟ ବାରି ହୋଇପଡୁଛି।

ଶୁକ୍ରବାର ସନ୍ଧ୍ୟା ୬ଟାରେ ପାକ୍‌-ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଶେ​‌ଷ ହେଉଛି। ଏହାକୁ ବୃଦ୍ଧି କରିବା ନେଇ ମଧ୍ୟ କୌଣସି ସୂଚନା ଆସିନାହିଁ। ଗତ ୧୫ ତାରିଖ ସନ୍ଧ୍ୟା ୬ଟାରୁ ଯୁଦ୍ଧ ବିରତି ଲାଗୁ ହୋଇଥିଲା। ଗତ ସପ୍ତାହରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର କାବୁଲରେ ତେହରିକ ଇ ତାଲିବାବ ପାକିସ୍ତାନ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଏହାପରଠାରୁ ଦୁଇ ଦେଶ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଯେଉଁଥିରେ ପାକିସ୍ତାନର ଶତାଧିକ ସୈନ୍ୟ ପ୍ରାଣ ହରାଇଛନ୍ତି।

ଅନ୍ୟପଟେ ଖାଇବର ପଖତୁନଖ୍ବାର ନୂଆ ମୁଖ୍ୟମନ୍ତ୍ରୀ ସୁହେଲ ଆଫ୍ରିଦି ପ୍ରଧାନମନ୍ତ୍ରୀ ଶେହବାଜଙ୍କ ଉଚ୍ଚସ୍ତରୀୟ ବୈଠକକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି ବୈଠକ ଶୁକ୍ରବାର ଅନୁଷ୍ଠିତ ହେବାର ଥିଲା। କିନ୍ତୁ ସେ ଏଥିରେ ସାମିଲ ହେବେ ନାହିଁ ବୋଲି ସୁହେଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି।

ad-week
Leave A Reply

Your email address will not be published.