
ଭୁବନେଶ୍ୱର : ରାଜଧାନୀରେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ଦୁଷ୍କର୍ମ । ପୀଡ଼ିତାଙ୍କ ଘର ଝାଡ଼ଖଣ୍ଡରେ । ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । MLC ବା ମେଡିକୋ ଲିଗାଲ କେସ୍ କରାଯାଇ ତାଙ୍କୁ ଚିକିତ୍ସା କରାଯାଉଛି । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି । ପୀଡ଼ିତାଙ୍କ ବୟସ ୧୬ ବର୍ଷ । ତାଙ୍କ ପାଖରେ କେହି ଆଟେନାଣ୍ଟ ନାହାନ୍ତି କିମ୍ବା ତାଙ୍କର ମୋବାଇଲ ଫୋନ୍ ନାହିଁ । ତାଙ୍କ ଘର ଝାଡ଼ଖଣ୍ଡରେ ବୋଲି ସେ କହିଛନ୍ତି । ଝାଡ଼ଖଣ୍ଡ ପୋଲିସ ସହାୟତାରେ ତାଙ୍କ ଠିକଣା ଖୋଜିବାକୁ ପ୍ରୟାସ କରାଯାଉଛି । ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ପୀଡ଼ିତା ମାନସିକ ସ୍ଥିତି ଠିକ ନାହିଁ । ସେ ଏକାଧିକ ଥର ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଛି ।