ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

youtube

ଭୁବନେଶ୍ୱର : ଖୋଲିଲା ଶିମିଳିପାଳ । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । ପିଠାବଟା ଓ କାଳିଆଣି ଫାଟକ ଦେଇ ୨୦୦ ଶହରୁ ଅଧିକ ପର୍ଯ୍ୟଟକ ପ୍ରବେଶ କରିଛନ୍ତି । ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ । ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ବେସ ଉତ୍ସାହିତ ପର୍ଯ୍ୟଟକ ।  ଆଜିଠୁ ପୁଣି ଥରେ ଖୋଲା ଜିମ୍ନି ଗାଡିରେ ବସି କୋର ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏଥର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି କର୍ତ୍ତୃପକ୍ଷ  ।

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଭୟାରଣ୍ୟରେ ଖୋଲା ଗାଡିରେ ଜଙ୍ଗଲ ସାଫାରୀର ମଜା ଉଠାଇ ପାରିବେ ।  ଏପରିକି ୩ଟି କୋର ଅଞ୍ଚଳକୁ ମଧ୍ୟ ଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୩୫ଟି ସ୍ଵତନ୍ତ୍ର ଖୋଲା ଗାଡି ପ୍ରସ୍ତୁତ କରାଯାଇଛି ।  ଏଥି ସହିତ ବିଭିନ୍ନ ସ୍ଥାନରେ ଖାଦ୍ୟ ଓ ଚାହା ପାନର ବ୍ୟବସ୍ଥା କରାଯିବା ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଶୌଚାଳୟ ପ୍ରସ୍ତୁତ କରାଯାଇଛି । କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନର ବ୍ୟବସ୍ଥା ରହିଛି ।  ରାତ୍ରୀ ଯାପନ କରୁଥିବା ପର୍ଯ୍ୟଟକ ନୂତନ ଭାବେ ନିର୍ମିତ ହୋଇଥିବା ୱାଚ୍ ଟାୱାର ଉପରୁ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ ।  ବର୍ଷା ଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା ଶିମିଳିପାଳ ଅଭୟାରଣ୍ୟ । ପ୍ରତି ବର୍ଷ ନଭେମ୍ୱର ୧ ତାରିଖରେ ଖୋଲୁଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖରେ ଖଲିଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଶମିଳିପାଳକୁ ଆଗୁଆ ଖୋଲାଯାଇଛି ।

Leave A Reply

Your email address will not be published.