
ପାକିସ୍ତାନ : ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତରେ ପୁଣିଥରେ ଆକ୍ରମଣ । ତାଲିବାନ ଆତଙ୍କବାଦୀମାନେ ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନୀ ଟିମକୁ ସୁରକ୍ଷା ଦେଉଥିବା ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ । ଫଳରେ ଅତି କମରେ ପାଞ୍ଚ ଜଣ ଅର୍ଦ୍ଧସାମରିକ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି ।
ଖୈବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାର କୋଟ ଲାଲୁ ନିକଟରେ ଏହି ଘଟଣା ଘଟିଛି । ଯେଉଁଠାରେ ସୈନିକମାନେ ସୁଇ ନର୍ଦର୍ଣ୍ଣ ଗ୍ୟାସ୍ ପାଇପଲାଇନ୍ କମ୍ପାନୀର ଶ୍ରମିକମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ । ଅଧିକାରୀମାନେ କହିଛନ୍ତି ଯେ, ଆକ୍ରମଣକାରୀମାନେ ନିଷିଦ୍ଧ ତେହେରିକ-ଏ-ତାଲିବାନ୍ ପାକିସ୍ତାନ ବା ଟିଟିପିର ଥିଲେ । ଆତଙ୍କବାଦୀମାନେ କୌଣସି ଚେତାବନୀ ନ ଦେଇ ଗୁଳି ଚଳାଇବାରୁ ଏଭଳି ଘଟଣା ଘଟିଛି । ପାଲଟା କାର୍ଯ୍ୟାନୁଷ୍ଠାନରେ ସୁରକ୍ଷା ବାହିନୀ ଅତି କମରେ ୮ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି ।
ତେବେ ଟିଟିପିର ଆତଙ୍କୀ ଖୈବର ପଖତୁନଖ୍ବାର ଲୋକଙ୍କ ପାଇଁ ଶକ୍ତି, ରୋଜଗାର ଏବଂ ଆବଶ୍ୟକ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ଗ୍ୟାସ୍ ପାଇପଲାଇନ ପରିଯୋଜନାକୁ ନଷ୍ଟ କରିବା ପାଇଁ ଯୋଜନା କରାଯାଇଥିଲା । ଆହତ ସୁରକ୍ଷାକର୍ମୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।