ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ରାଜଧାନୀ ଦିଲ୍ଲୀ

youtube

ଦିଲ୍ଲୀ: ଦୀପାବଳିରେ ଗ୍ୟାସ୍ ଚାମ୍ବର ବନିଲା ରାଜଧାନୀ ଦିଲ୍ଲୀ ।  ପ୍ରବଳ ବାଣ ଫୁଟାଇବା ଯୋଗୁଁ ସାରା ଦିଲ୍ଲୀ ଧୂଆଁ ଧୂଆଁ ହୋଇଯାଇଛି ।  ଦିଲ୍ଲୀ-NCRରେ ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି ।  ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୫୩୧କୁ ଖସି ଥିବା ବେଳେ, ଗାଜିଆବାଦ- ନରେଲା ଅଞ୍ଚଳରେ ଏକ୍ୟୁଆଇ ୫୫୧ରେ ପହଞ୍ଚିଛି ।  ସ୍ଥିତି ଏମିତି ହୋଇଛି କି ରାସ୍ତାକୁ ବାହାରିଲେ ଅଖି ପୋଡୁଛି । ଏପରକି ନିଶ୍ବାସ-ପ୍ରଶ୍ବାସ ନେବାରେ ବି  ଲୋକଙ୍କ ସମସ୍ୟା ହେଉଛି ।

ଅଶୋକ ବିହାରରେ ବି  AQI ୪୯୩,  ଆନନ୍ଦ ବିହାରରେ ୩୯୪, ନୋଏଡାରେ ୩୬୯, ଗାଜିଆବାଦରେ  ୪୦୨ ଏକ୍ୟୁଆଇ ରହିଛି ।  ଦିଲ୍ଲୀର ୩୬ ଷ୍ଟେସନରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୧୫ ଅକ୍ଟୋବରରେ  ଦିଲ୍ଲୀ-ଏନସିଆର ଅଞ୍ଚଳରେ  ସୁପ୍ରିମକୋର୍ଟ ସବୁଜ ବାଣ ବିକିବାକୁ ଅନୁମତି ଦେଇଥିଲେ  ।

ସକାଳ ୬ରୁ ୭ ଏବଂ ରାତି ୮ଟାରୁ ୧୦ ଯାଏ ବାଣ ଫୁଟାଇବାକୁ ଅନୁମତି ଥିଲା । ମାତ୍ର  ନିୟମର ଉଲଂଘନ କରି ବିଳମ୍ବିତ ରାତି ଯାଏ ବାଣ ଫୁଟାଉଥିବା ଦେଖିବାକୁ ମିଳିଛି । ସାଧାରଣର ୦ରୁ ୫୦ ଯାଏ ଏକ୍ୟୁଆଇ କୁ ଭଲ କୁହାଯାଇଥାଏ । ୫୧ରୁ ୧୦୦ ଯାଏ ସ୍ତରକୁ ସନ୍ତୋଷ ଜନକ କୁହାଯାଏ । ୧୦୧ରୁ ୨୦୦କୁ ମଧ୍ୟମ, ୨୦୧-୩୦୦କୁ ଖରାପ ଏବଂ ୩୦୦ରୁ ଅଧିକକୁ ବହୁତ ଖରାପ ବୋଲି କୁହାଯାଇଥାଏ ।

Leave A Reply

Your email address will not be published.