ହମାସକୁ ଟ୍ରମ୍ପଙ୍କ ଧମକ: କଥା ନମାନିଲେ ମୂଳପୋଛ କରିଦେବି

add-all

ନୂଆଦିଲ୍ଲୀ: କଥା ନମାନିଲେ ହମାସକୁ ମୂଳପୋଛ କରିଦେବି। ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଏଭଳି ଚେତାବନୀ ଦେଇଛନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିବା ବେଳେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ‌ହୋଇଛନ୍ତି। ଏହା ସତ୍ତ୍ବେ ବି ହମାସ ଯୁଦ୍ଧବିରତି ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ କରୁଛି ଇସ୍ରାଏଲ। ଏହି ଅଭିଯୋଗ ପରେ ଏବେ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି। 

ସେ ହମାସକୁ ଅତୀତରେ କରିଥିବା ହିଂସା ପାଇଁ ଆକ୍ଷେପ କରି ଦାବି କରିଛନ୍ତି ଯେ, “ଏହି ଗୋଷ୍ଠୀ ଆଉ ଇରାନ କିମ୍ବା ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ ସମାନ ସ୍ତରର ସମର୍ଥନ ପାଉନାହିଁ। ସେମାନେ ବହୁତ ହିଂସାତ୍ମକ ଲୋକ ଏବଂ ବହୁତ ଲୋକଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ଏବେ ସେମାନଙ୍କୁ ଆଉ ଇରାନର ସମର୍ଥନ ମିଳୁନାହିଁ। ତେଣୁ ସେମାନଙ୍କୁ ଭଲ ଆଚରଣ କରିବାକୁ ପଡିବ। ଯଦି ସେମାନେ ନିୟମ ନମାନନ୍ତି ତେବେ ସେମାନଙ୍କୁ ମୂଳଫୋଛ କରିଦିଆଯିବ।”   

ad-week
Leave A Reply

Your email address will not be published.