ଶହଶହ କର୍ମୀଙ୍କ ସହ ଫାଣ୍ଡି ଘେରାଉ କରି ବସିଲେ ପୂର୍ବତନ ମନ୍ତ୍ରୀ ଉଷା ଦେବୀ

youtube

ଚିକିଟୀ : ବ୍ରହ୍ମପୁର ପୋଲିସ ଜିଲ୍ଲା ଚିକିଟୀ ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ଫାଣ୍ଡି ସାମ୍ନାରେ ନିଜର ଶହ ଶହ କର୍ମୀ ଓ ସମର୍ଥକଙ୍କ ସହିତ ଧାରଣାରେ ବସିଲେ ପୁର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ। ସୂଚନା ଅନୁସାରେ କୌଣସି ଅଭିଯୋଗ ନଥାଇ ଚିକିଟୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଜି.ଉମା ରେଡ୍ଡୀ ଙ୍କୁ ଚିକିଟୀ ଫାଣ୍ଡି ଅଧିକାରୀ ଉଠାଇ ନେଇ ପ୍ରାୟ ଚାରି ଘଣ୍ଟା ଧରି ଅଟକ ରଖିଥିବା ସହିତ ପଚରା ଉଚରା କରିଥିବା ଅଭିଯୋଗ ଆଣିଛନ୍ତି ଉମା ରେଡ୍ଡୀ। ବିନା କାରଣରେ ଜଣେ ସରପଞ୍ଚ ପ୍ରତିନିଧିଙ୍କୁ କିପରି ପୋଲିସ ଚାରି ଘଣ୍ଟା ଧରି କିପରି ଥାନାରେ ଅଟକ ରଖିଛି ପୋଲିସ ଏହି ଘଟଣାରେ ଚିକିଟୀ ଏସ ଡି ପି ଓ ଓ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ସ୍ବର ଉଠାଇ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଏବଂ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ନିଜର ବିପୁଳ ସମର୍ଥକଙ୍କୁ ସାଥିରେ ନେଇ ଫାଣ୍ଡି ଘେରାଉ କରିଥିବା ଦେଖିବାକୁ ମିଳିଛି। ଏହି ବିଷୟରେ ଚିକିଟୀ ଏସ ଡି ପି ଓ ବିଶ୍ଵାମିତ୍ର ହରପାଲ ଙ୍କ ସହିତ ଯୋଗାଯୋଗ କରିବାରୁ ପୂର୍ବରୁ ଗୋଟିଏ ମାମଲା ବିଷୟରେ ତଦନ୍ତ କରିବାକୁ ଯାଇ ଉମା ରେଡ୍ଡୀ ଙ୍କୁ ଡ଼ାକି ପଚରାଉଚରା କରାଯାଉଥିବା ନେଇ ସେ କହିଛନ୍ତି।  

ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ବିଜେଡ଼ି ନେତା ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ, ବରିଷ୍ଠ ସଂଘଠକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ମଣ୍ତଳ,ଏନ୍ ଏ ସି ଶ୍ରୀମତୀ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ଚିକିଟୀ ବିଜେଡ଼ି ସଭାପତି ହାରମ୍ଭ ରେଡ଼ି,ପାତ୍ରପୁର ବିଜେଡ଼ି ସଭାପତି ରାମନାଥ ପାଣିଗ୍ରାହୀ, ସରପଞ୍ଚ ସଂଘ ସଭାପତି ରାଙ୍ଗା ରେଡ଼ି, ସଚିଦାନନ୍ଦ ରାଜଗୁରୁ,ଆଇ ଦୁର୍ଯ୍ୟୋଧନ ରେଡ଼ି, କିଶୋର ଚନ୍ଦ୍ର ପଣ୍ଡା, ଧର୍ମା ସାହୁ, ସଚ୍ଚିଦାନନ୍ଦ ରାଜଗୁରୁ, ରଘୁନନ୍ଦନ ସାହୁ,ସଚ୍ଚିଦାନନ୍ଦ ପାତ୍ର, ଏସ୍.କିଷାନ ସୁବୁଦ୍ଧି,ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ପ୍ରଧାନ ଓ ସମସ୍ତ ଏନ୍ ଏ ସି କାଉନସିଲର ଙ୍କ ସହିତ ବହୁ ବିଜେଡ଼ି କର୍ମୀ ଓ ସମର୍ଥକ ଙ୍କ ସହ ଉପଯୁକ୍ତ ନ୍ୟାୟ ଦାବିରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଅପେକ୍ଷାରେ ପ୍ରାୟ ଚାରି ଘଣ୍ଟା ସମସ୍ତେ ଫାଣ୍ଡି ଘେରାଉରେ ସାମିଲ ଥିବା ଦେଖିବାକୁ ମିଳିଥିଲା। ପରେ ପରେ ଅତିରିକ୍ତ ଆରକ୍ଷୀ ଅଧିକାରୀ କୈଳାସ ଚନ୍ଦ୍ର ବୁରୁଡ଼ା ଙ୍କ ସହ ଆଉ ଜଣେ ଆରକ୍ଷୀ ଅଧିକାରୀ ଉଭୟେ ଘଟଣା ସ୍ଥଳରେ ପହଞ୍ଚି ଶ୍ରୀମତୀ ଉଷା ଦେବୀ ଙ୍କ ସହ ଆଲୋଚନା କରିବା ସହ ଘଟଣାର ଉପଯୁକ୍ତ ତଥ୍ୟ ଅନୁସନ୍ଧାନ କରାଯିବ ବୋଲି କହିଥିଲେ। ଉକ୍ତ ତଥ୍ୟ କୁ ଆଧାର କରି ପ୍ରାୟ ଚାରି ଘଣ୍ଟା ପରେ ଘଟଣାର ସମାଧାନ ହୋଇପାରିଥିଲା। ପରେ ପରେ ଶ୍ରୀରୁପ ଦେଓ ଙ୍କ ନିର୍ଦ୍ଦେଶ କର୍ମେ ଉମା ରେଡ୍ଡୀ ଙ୍କ ସମେତ ସମସ୍ତ କର୍ମୀ ଓ ସମର୍ଥକ ମାନେ ଫାଣ୍ଡି ସାମ୍ନାରୁ ଫେରିଥିଲେ।

Leave A Reply

Your email address will not be published.