ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ପରିବେଶ ମଧ୍ୟରେ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ ହୋଇଛି। ପ୍ରତ୍ୟେକ ରବିବାର ଦିନ ଆୟୋଜିତ ହେଉଥିବା ଏହି ଓଷା ଚାରି ପାଳି ପୂଜା କରିବା ପରେ ଉଦଯାପିତ କରିଥିଲେ l ଏହି ଅବସରରେ ଓଷାଧାରୀ ମହିଳା ଓ ଯୁବତୀ ମାନେ ପାରମ୍ପରିକ ରୀତିନୀତି ଅନୁସାରେ ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳୁ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାର ଫଳମୂଳ ଓ ପୂଜା ସାମଗ୍ରୀ ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ପାରମ୍ପରିକ ପୂଜାବିଧି ସମ୍ପନ୍ନ ପରେ ମା’ଙ୍କୁ ବିସର୍ଜନ କରାଯାଇଥିଲା। ଢୋଲ, ମହୁରୀ ଓ ବାଦ୍ୟଯନ୍ତ୍ରର ତାଳେ ଶୋଭାଯାତ୍ରା ବାହାରିବା ସହ ଭକ୍ତମାନେ ନାଚଗୀତରେ ମସଗୁଲ ହୋଇଥିଲେ। ପରସ୍ପର ମଧ୍ୟରେ ଭାଇଚାରା ଓ ସାମାଜିକ ସଦ୍‌ଭାବର ବାର୍ତ୍ତା ଦେଇ ଉତ୍ସବର ସମାପନ ହୋଇଥିଲା। ସମଗ୍ର ଅଞ୍ଚଳରେ ଦିନତମାମ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।

ad-week
Leave A Reply

Your email address will not be published.