ମହିଳାଙ୍କୁ ମାଡ ମାରି ଘର ଓ ସ୍କୁଟି ଜାଳିଦେଲେ

youtube

ଅନୁଗୁଳ:  ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ଘର। ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ। ଦୀପାବଳି ସନ୍ଧ୍ୟାରେ ସହର ଉପକଣ୍ଠ କୁମଣ୍ଡ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ  ଗୋଟେ ଗୋଷ୍ଠୀ ମହିଳାଙ୍କୁ ମାଡ ମାରିବା ସହ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ ହୋଇଛି ।  ଏନେଇ ଥାନାରେ ଏତଲା ଦିଆଯାଇଛି । ଥାନା ଆଗରେ ଧାରଣା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଛକ ଛକରେ ଜଗି ରହିଛି ପୋଲିସ । ମାମଲାର ସମାଧାନ କରିବାକୁ ଚେଷ୍ଟା ଚାଲିଛି ।

Leave A Reply

Your email address will not be published.