
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୃଷ୍ଣାନନ୍ଦପୁର ଥାନା ପାଇକା ନଦୀରେ ଅଘଟଣ ଘଟିଛି । ନଦୀରେ ଗାଧୋଇବାବେଳେ ୩ ଜଣ ସାଙ୍ଗ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ମୃତକ ଶିଶିର କୁମାର ବେହେରା ବୋଲି ଜଣାପଡିଛି। ସାଙ୍ଗ ହୋଇ ଗାଧୋଇବାବେଳେ ୩ ଜଣ ଭାସିଯାଇଥିଲେ । ଜଣଙ୍କର ମୃତଦେହ ମିଳିଛି । ଅନ୍ୟ ଦୁଇଜଣ ଏବେବି ନିଖୋଜ ଅଛନ୍ତି। ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।