
କେରଳ : କେରଳରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଅଘଟଣ । ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ଼ରେ ଫସିଲା ହେଲିକପ୍ଟର । କେରଳ ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର । ହେଲିକପ୍ଟରକୁ ଠେଲି ଠେଲି ଉଦ୍ଧାର କରିଛନ୍ତି ପୋଲିସ ଏବଂ ଅଗ୍ନିଶମ ଟିମ୍ । ବାୟୁସେନା ହେଲିକପ୍ଟର ଓଜନ ଯୋଗୁଁ ହେଲିପ୍ୟାଡରେ ଗୋଟେ ଭାଗ ଧସିଯାଇଥିଲା । ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ପାଇଛି । ପୋଲିସ ଓ ଅଗ୍ନିଶମ ଟିମ୍ ହେଲିକପ୍ଟରକୁ ଠେଲୁଥିବାରୁ ଭିଡିଓ ସାମ୍ନାକୁ ଆସିଛି ।
ଖବର ମୁତାବକ, ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ କେରଳ ଗସ୍ତରେ ରହିଛନ୍ତି । ସେ ଗତକାଲି କେରଳର ଥିରୁଅନନ୍ତପୁରମରେ ପହଞ୍ଚିବା ପରେ ଆଜି ସାବରିମାଳା ମନ୍ଦିର ଯାଇଥାନ୍ତେ । କେରଳ ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର । ହେଲିକପ୍ଟରକୁ ଠେଲି ଠେଲି ଉଦ୍ଧାର କରିଛନ୍ତି ପୋଲିସ ଏବଂ ଅଗ୍ନିଶମ ଟିମ୍ । ବାୟୁସେନା ହେଲିକପ୍ଟର ଓଜନ ଯୋଗୁଁ ହେଲିପ୍ୟାଡରେ ଗୋଟେ ଭାଗ ଧସିଯାଇଥିଲା । ଏହାପରେ ଆସନ୍ତାକାଲି ଥିରୁଅନନ୍ତପୁରମ ରାଜଭବନରେ ପୂର୍ବତନ ରାଷ୍ଟ୍ରପତି କେଆର ନାରାୟଣଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥାନ୍ତେ ।
ଏହାଛଡା ରାଷ୍ଟ୍ରପତି କୋଟାୟମ ଜିଲ୍ଲାର ପାଲା ସ୍ଥିତ ଥମାସ କଲେଜର ୭୫ ବର୍ଷ ପୂରଣ ସମାବର୍ତ୍ତନ ଉତ୍ସବରେ ସାମିଲ ହାଇଥାନ୍ତେ । ୨୪ ଅକ୍ଟୋବରରେ ଏର୍ଣ୍ଣାକୁଲମ ସ୍ଥିତ ସେଣ୍ଟ ଟେରସା କଲେଜର ଶତାବ୍ଦୀ ସମାରୋହରେ ସାମିଲ ହେବା ପରେ କେରଳ ଗସ୍ତ ସମାପ୍ତ ହୋଇଥାନ୍ତା ।