H-1B ଭିସା ଫି’କୁ ନେଇ ଟ୍ରମ୍ପଙ୍କ ଘୋଷଣା, ଭାରତୀୟ ଛାତ୍ରଛାତ୍ରୀ ଓ ଟେକ୍ ଏକ୍ସପର୍ଟସଙ୍କୁ ମିଳିବ ଆଶ୍ବସ୍ତି

youtube

ନୂଆଦିଲ୍ଲୀ: H-1B ଭିସା ଫି’କୁ ନେଇ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି । ତାଙ୍କର ଏହି ଘୋଷଣା ଛାତ୍ରଛାତ୍ରୀ ଓ ଟେକନିକଲ ଏକ୍ସପର୍ଟଙ୍କୁ ବଡ଼ ଆଶ୍ବସ୍ତି ଦେଇଛି । ଏହି ନୂଆ ନିୟମ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଟ୍ରମ୍ପ ପ୍ରଶାସନ । ସେପ୍ଟେମ୍ବର ମାସରେ ଟ୍ରମ୍ପ ଭିସା ଫି ୧୦୦ଡଲାରକୁ ବୃଦ୍ଧି କରିଥିଲେ । କିନ୍ତୁ ଫି’ ଛାଡ଼ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ମିଳିନଥିଲା । ଯାହା ଦ୍ବନ୍ଦ ସୃଷ୍ଟି କରିଥିଲା । କିନ୍ତୁ ଏବେ ଏହି ସମ୍ପର୍କରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ।

ସୂଚନାନୁଯାୟୀ, ଏହି ଫି’ କେବଳ ସେପ୍ଟେମ୍ବର ୨୧ ପରେ ଆମେରିକା ବାହାରେ ରହୁଥିବା ନୂତନ H-1B ଭିସା ଆବେଦନକାରୀଙ୍କ ପାଇଁ ଲାଗୁ କରାଯିବ । ଆମେରିକାରେ ‘‘ଷ୍ଟାଟସ୍ ପରିବର୍ତ୍ତନ’’ କରୁଥିବା ବ୍ୟକ୍ତିଙ୍କ ପାଇଁ ୧ଲକ୍ଷ ଡଲାର ଫି’ ଛାଡ଼ କରାଯିବ । ଏହାରି ମଧ୍ୟରେ ୟୁଏସସିଆଇଏସ୍ ସ୍ପଷ୍ଟ କରିଛି ଯେ, ‘ଷ୍ଟାଟସ୍ ପରିବର୍ତ୍ତନ’ ମାମଲା ପାଇଁ ଏହି ଫି’ ଲାଗୁ ହେବ ନାହିଁ । ଏହା ବ୍ୟତୀତ ଯେତେବେଳେ ଜଣେ ବ୍ୟକ୍ତି ଦେଶ ନଛାଡି ଯଦି ଗୋଟିଏ ଭିସାରୁ ଅନ୍ୟ ଗୋଟିଏ ଭିସା ପରିବର୍ତ୍ତନ କରୁଛନ୍ତି ତେବେ ଏହି ଫି’ ଛାଡ଼ ଲାଗୁ ହେବ ନାହିଁ ।  ଅତ୍ୟନ୍ତ ଦୁର୍ଲଭ ସମୟରେ ଏହି ଶୁଳ୍କ ଛାନ କରାଯିବ ବୋଲି କୁହାଯାଇଛି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ସେପ୍ଟେମ୍ବର ୧୯ରେ ନୂତନ  H-1B ଭିସା ଫି’ ଲାଗୁ କରିଥିଲେ । ଯାହାକୁ ଦେଇ ବିବାଦ ସୃଷ୍ଟି କରିଥିଲା । ଫି’ ଛାଡ଼ ଉପରେ କୌଣସି ସ୍ପଷ୍ଟୀକରଣ କରାଯାଇନଥିଲା । କିନ୍ତୁ ଟ୍ରମ୍ପଙ୍କ ସ୍ପଷ୍ଟୀକରଣ ପରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ବସ୍ତି ଦେଇଛି । ଯାହା କେବଳ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନୁହେଁ ବରଂ ଟେକ୍ ଏକ୍ସପଟର୍ସମାନଙ୍କୁ ମଧ୍ୟ ଲାଭ ଦେବ ।

ଅନ୍ୟପଟେ USCIS କହିଛି ଯେ, ୧ଲକ୍ଷ ଡଲାର ଫି’ ୱେବସାଇଟ ମାଧ୍ୟମରେ ଦେବାକୁ ପଡିବ । ଯାହା H-1B ଭିସା ଆବେଦନ ଦାଖଲ କରିବା ପୂର୍ବରୁ ଏହା କରିବା ବାଧ୍ୟତାମୂଳକ । ଏହା ବ୍ୟତୀତ ଯେଉଁମାନଙ୍କର ପୂର୍ବରୁ H-1B ଭିସା ରହିଛି ସେମାନେ କୌଣସି ପ୍ରତିବନ୍ଧକ ବିନା ଆମେରିକା ଯାଇପାରିବେ ବୋଲି USCIS ସ୍ୱୀକୃତି ଦେଇଛି ।

Leave A Reply

Your email address will not be published.