ନୀରଜ ଚୋପ୍ରାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି, ରକ୍ଷାମନ୍ତ୍ରୀ ଓ ସ୍ଥଳ ସେନା ମୁଖ୍ୟ କଲେ ସମ୍ମାନିତ

youtube

ନୂଆଦିଲ୍ଲୀ : ଅଲିମ୍ପିକ ପଦକ ବିଜେତା ତଥା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳ ସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ ଭାରତୀୟ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି । ଆଜି ସାଉଥ ବ୍ଲକରେ ଅନୁଷ୍ଠିତ ପିପିଙ୍ଗ ସମାରୋହ ଅବସରରେ ଦୁଇଥର ଅଲିମ୍ପିକ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପିପିଙ୍ଗ ସମାରୋହରେ ନୀରଜଙ୍କୁ ଅଫିସିଆଲ ଭାବେ ନୂଆ ରାଙ୍କର ବ୍ୟାଜ୍ ଲଗାଯାଇଥିଲା । ଏହି ସମ୍ମାନ ତାଙ୍କୁ ଖେଳର ଉପଲବ୍ଧି ପାଇଁ ମିଳିଛି । ନୀରଜ କେବଳ ଜଣେ ଭଲ ଆଥଲେଟ ନୁହେଁ, ବରଂ ଭାରତୀୟ ସେନା ପାଇଁ ଜଣେ ସମର୍ପିତ ସୈନିକ ମଧ୍ୟ ।

ରକ୍ଷାମନ୍ତ୍ରୀ କହିଛନ୍ତି, ନୀରଜ ଅନୁଶାସନ, ସମର୍ପଣ ଏବଂ ଦେଶଭକ୍ତିର ପ୍ରତୀକ । ସେ ଖେଳ ଜଗତ ଏବଂ ସେନା ଦୁଇଟିଯାକ ପାଇଁ ପ୍ରେରଣାଦାୟକ ।

ଇଣ୍ଡିଆନ ଗେଜେଟ୍ ଅନୁସାରେ ଏହି ନିଯୁକ୍ତି ଏପ୍ରିଲ ୧୬ ତାରିଖରୁ ପ୍ରଭାବୀ ହୋଇଛି । ନିରଜ ୨୬ ଅଗଷ୍ଟ ୨୦୧୬ରେ ନାୟବ ସୁବେଦର ପଦବୀରେ ଜୁନିୟର କମିଶନଡ ଅଧିକାରୀ ରୂପେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ୨ ବର୍ଷ ପରେ ଆଥଲେଟିକ୍ସରେ ତାଙ୍କ ପ୍ରଦର୍ଶନ ଲାଗି ତାଙ୍କୁ ଅର୍ଜ୍ଜୁନ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ୨୦୨୧ରେ କ୍ରିଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.