
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସାଇବର ସୁରକ୍ଷା ଦିଗରେ ଲୋକଙ୍କୁ ଅଧିକ ସଚେତନ କରାଇବା ସହ ଏହି ସାଇବର ଲୁଟରୁ କିପରି ଲୋକେ ରକ୍ଷା ପାଇବେ ସେନେଇ ଜିଲ୍ଲା ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଜିଲ୍ଲାର ବିଭିନ୍ନ ସାଥାନରେ ସାଇବର ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରାଇବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ବେଳେ ବର୍ତ୍ତମାନ ସହରରେ ଥିବା ସାପ୍ତାହିକ ବଜାର ଓ ଜନଗହଳି ସ୍ଥାନରେ ଲୋକଙ୍କୁ ଏଦିଗରେ ସଚେତନ କରାଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି।
ଜିଲ୍ଲା ଏସ୍ପି ବିନୋଦ ପାଟିଲଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସଦରରେ ଥିବା ସାପ୍ତାହିକ ହାଟରେ ସାଇବର ସୁରକ୍ଷା ଲାଗି ଲୋକଙ୍କୁ ପୋଲିସ ଅଧିକାରୀ ମାନେ ସଚେତନ କରାଉଛନ୍ତି। ସାଇବର ଅପରାଧ କିପରି ଘଟୁଛି, ଏହା ହେଲେ କଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ଓ କିପରି ଏହି ସାଇବର ଲୁଟର ରକ୍ଷା ମିଳିବ ସେନେଇ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଲୋକଙ୍କୁ ସଚେତନ କରାଇବା ସହ ଏହି ବିଷୟରେ ଉଲ୍ଲେଖ ଥିବା ସୂଚୀ ପତ୍ରକୁ ମହଦୀ ଲୋକଙ୍କୁ ପ୍ରଦାନ କରାଯାଉଛି। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ଥାନା ଆଦିଆରେ ଏହି କାର୍ଯ୍ୟକ୍ରମ ପୂର୍ବରୁ ଅରମଭ କରାଯାଇଥିବା ବେଳେ ବର୍ତ୍ତମାନ ସିଧା ସଳଖ ଲୋକଙ୍କୁ ସଚେତନ କରାଇବା ପାଇଁ ଏପରି ଜନ ଗହଳି ପୂର୍ଣା ସ୍ଥାନରେ ପୋଲିସ ପକ୍ଷରୁ ଏପରି ସଚେତନତା ମୂଳକ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଛି।