ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ

add-all

ନୂଆଦିଲ୍ଲୀ: କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି। ଅନେକ ସମୟ ଧରି ଚାଲିଆସୁଥିବା ଗ୍ୟାଙ୍ଗ୍ ୱାର ଯୋଗୁଁ ଏହି ଗୁଳିମାଡ ହୋଇଛି। ରୋହିତ ଗୋଦାରାଙ୍କ ଗ୍ୟାଙ୍ଗ୍ ସହ ଜଡିତ ମହେନ୍ଦ୍ର ସରଣ ଦିଲାନା, ରାହୁଲ ରିନାଓ ଓ ବିକି ପହଲବାନ କହିଛନ୍ତି ଯେ ବିରୋଧୀ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଦେଉଥିବାରୁ ତାଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗ ତରଫରୁ ବୟାନରେ କୁହାଯାଇଛି କାନାଡାରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି। ତାଙ୍କ ପେଟରେ ଗୁଳି ବାଜିଛି। ଯଦି ସେ ବୁଝିଯାଉଛନ୍ତି ତେବେ ଠିକ୍ ଅଛି ନଚେତ୍ ଆଗାମୀ ଥର ତାଙ୍କୁ ଧମକ ନୁହେଁ, ସିଧା ହତ୍ୟା କରିବୁ ବୋଲି ଗ୍ୟାଙ୍ଗ ଧମକ ଦେଇଛି। ସୂଚନାଯୋଗ୍ୟ ଗୋଦାରା ଗ୍ୟାଙ୍ଗ୍ ବର୍ତ୍ତମାନ ରାଜସ୍ଥାନ ଓ ଡିଡୱାନ ସମେତ ଅନେକ ଜିଲାରେ ସକ୍ରିୟ ଅଛି। ଗ୍ୟାଙ୍ଗ ଗତ କିଛି ମାସ ହେବ ଅନେକ ହତ୍ୟାରେ ସମ୍ପୃକ୍ତ ଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.