
ଥାଇଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସିରିକିତଙ୍କର ୯୩ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏପରି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି । ଯିଏ କି ବତ୍ତର୍ମାନର ରାଜା ଭାଜିରାଲଙ୍ଗକର୍ଣ୍ଣଙ୍କ ମାତା ଏବଂ ଦେଶର ସବୁଠାରୁ ଦୀର୍ଘକାଳୀନ ରାଜାଙ୍କ ପତ୍ନୀ ଭାବେ ପରିଚିତ ଥିଲେ । ସେ ରାଜା ଭୂମିବୋଲ୍ ଆଦୁଲ୍ୟାଦେଜଙ୍କ ସହିତ ୬୬ ବର୍ଷ ଧରି ବିବାହ ଜୀବନ ଅତିବାହିତ କରିଥିଲେ । ଏହି ଲମ୍ବା ବିବାହ ଯାତ୍ରାରେ ସେ କେବଳ ଜଣେ ଜଣେ ଭଲ ସ୍ତ୍ରୀର ଭୂମିକାକୁ ତୁଲାଉନଥିଲେ ବରଂ ସମଗ୍ର ଥାଇଲାଣ୍ଡରେ ଏକ ଦୃଢ ଏବଂ ଦୟାଳୁ ସମ୍ପର୍ଣ୍ଣର ଚରିତ୍ର ଭାବେ ପରିଚୟ ତିଆରି କରିଥିଲେ ।
ଏହା ବ୍ୟତୀତ ସେ ଫ୍ୟାଶନ ଜଗତରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଫ୍ୟାଶନ ପାଇଁ କେବଳ ଥାଇଲାଣ୍ଡରେ ନୁହେଁ ବରଂ ସାରା ବିଶ୍ବରେ ପ୍ରଶଂସିତ ହୋଇଥିଲେ । ଅନେକ ପାଶ୍ଚାତ୍ୟ ପତ୍ରିକାରେ ତାଙ୍କୁ ଏକ ସ୍ଥାନିତ କରିଥିଲେ ।
ରାଣୀ ସିରିକିତ ୨୦୧୯ ମସିହାରୁ ହସ୍ପିଟାଲରେ ଭର୍ତ୍ତି ଥିଲେ । ସେହି ସମୟ ମଧ୍ୟରେ ସେ ରକ୍ତ ସଂକ୍ରମଣର ଶିକାର ହୋଇଥିଲେ । ଯାହା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରିଦେଇଥିଲା । ବର୍ତ୍ତମାନ କିନ୍ତୁ ଚୁଲାଲଙ୍ଗକର୍ଣ୍ଣ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ହେଲେ ତାଙ୍କୁ ପୁନର୍ଜୀବିତ କରାଯାଇପାରିଲା ନାହିଁ । ଥାଇଲାଣ୍ଡର ଲୋକମାନେ ସେମାନଙ୍କ ରାଣୀଙ୍କ ପାଇଁ ଶୋକ ପ୍ରକାଶ କରୁଛନ୍ତି ।