
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) 2026 ବୋର୍ଡ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ କରିଛି। ପ୍ରକାଶିତ ତାରିଖ ଅନୁଯାୟୀ, CBSE ଦଶମ ପରୀକ୍ଷା ଫେବୃଆରୀ 17, 2026 ରୁ ଆରମ୍ଭ ହୋଇ ମାର୍ଚ୍ଚ 10, 2026 ପର୍ଯ୍ୟନ୍ତ ଚାଲିବ, ଯେତେବେଳେ କି ଦ୍ୱାଦଶ ପରୀକ୍ଷା ଫେବୃଆରୀ 17 ରୁ ଏପ୍ରିଲ 9, 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବିଷୟ ଉପରେ ନିର୍ଭର କରି ସକାଳ 10:30 ରୁ ଅପରାହ୍ନ 12:30 କିମ୍ବା ଅପରାହ୍ନ 1:30 ପର୍ଯ୍ୟନ୍ତ ଚାଲିବ। ଦଶମ ପରୀକ୍ଷାର ପ୍ରଥମ ଦିନରେ ଗଣିତ (ଉଭୟ ଷ୍ଟାଣ୍ଡାର୍ଡ ଓ ବେସିକ୍) ପରୀକ୍ଷା ହେବ । ସେହିପରି ୧୨ଶ ପରୀକ୍ଷାର ପ୍ରଥମ ଦିନରେ ବାୟୋଟେକନଲୋଜୀ, ଏଣ୍ଟ୍ରପ୍ରେନ୍ବରସିପ, ସଂସ୍କୃତ ଇଲେକ୍ଟ, ଷ୍ଟେନୋଗ୍ରାଫି ଆଦି ବିଷୟର ପରୀକ୍ଷା ହେବ । ସେହିପରି ପରୀକ୍ଷାର ଶେଷ ଦିନରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ(ଭୋକାଲ), ନେପାଳି, ଶାସ୍ତ୍ରୀୟ ସଂଗୀତ(ବାଦ୍ୟ) ଆଦି କେତେକ ବିଷୟ ରହିଛି । ସିବିଏସଇ ଏହା ମଧ୍ୟ ଘୋଷଣା କରିଛି ଯେ ଜାତୀୟ ଶିକ୍ଷାନୀତି-2020ର ସୁପାରିଶ ଅନୁସାରେ 2026ରେ ଦଶମ ଶ୍ରେଣୀ ପାଇଁ ଦୁଇଟି ବୋର୍ଡ ପରୀକ୍ଷା ଆୟୋଜନ କରାଯିବ ।
ସିବିଏସଇ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ଦେବାକୁ ପ୍ରାୟ 110 ଦିନ ପୂର୍ବରୁ ପରୀକ୍ଷା ତାରିଖ ଓ ସୂଚୀ ଘୋଷଣା କରାଯାଇଛି ।