ଭୁବନେଶ୍ବର: ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର । ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବା,ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ । ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଓଡ଼୍ରାଫ୍ ଟିମ୍ ମୁତୟନ ହୋଇ ସାରିଛନ୍ତି। ଗଭୀର ଅବପାତ ପ୍ରଭାବରେ ବର୍ଷାକୁ ଆକଳନ କରି ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି। ମୁଖ୍ୟ ଶାସନ ସଚିବ ଓ ଏସଆରସି ସମୀକ୍ଷା କରିଛନ୍ତି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ଆଶଙ୍କା ଥିବାରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଯେଉଁ ଅଧିକାରୀମାନେ ବର୍ତ୍ତମାନ ଛୁଟିରେ ଅଛନ୍ତି, ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନକୁ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
