୪୫ ହଜାର ଟଙ୍କାର ନକଲି ନୋଟ ଜବତ

ବରଗଡ଼: ବରଗଡ଼ରେ ଧରା ପଡ଼ିଲା ୪୫ ହଜାର ଟଙ୍କାର ନକଲି ନୋଟ । ଏହି ମାମଲାରେ ଜଣେ ନାବାଳକକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ବରଗଡ଼ ସହରର ସ୍ବାଗତ ସାହୁ ନାମକ ଜଣେ ଯୁବକ ନିଜ OLA ସ୍କୁଟିକୁ ବିକ୍ରି ପାଇଁ OLXରେ ବିଜ୍ଞାପନ ଦେଇଥିଲେ । ଏହାପରେ ପ୍ରାୟ ୪୫ ହଜାର ଟଙ୍କାରେ ସ୍କୁଟି ବିକ୍ରି ପାଇଁ ଡିଲ୍ ଫାଇନାଲ ହୋଇଥିଲା । ତେବେ ଏହି ଟଙ୍କାକୁ ଗଣିବା ବେଳେ ନକଲି ହୋଇଥିବା ସନ୍ଦେହ ହେବାରୁ ସେ ପ୍ରଥମେ ବ୍ୟାଙ୍କ ଓ ପରେ ଟାଉନ ଥାନା ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ବରଗଡ଼ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜଣେ ନାବାଳକ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଏହି ନକଲି ନୋଟ୍ ରେ ୫ଶହ,୨ଶହ ଓ ଶହେ ଟଙ୍କିଆ ନୋଟ ରହିଛି । ତେବେ କେଉଁ ସ୍ଥାନରୁ ନକଲି ନୋଟ ଆସିଲା । ଏହି ମାମଲାରେ ଆଉ କାହା କାହାର ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ad-week
Leave A Reply

Your email address will not be published.