ଜଗତସିଂହପୁରରେ ଲଗାଣ ବର୍ଷା ସହ ବଢୁଛି ପବନର ବେଗ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ଆଜି ସକାଳଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକାଶ ମେଘାଛନ୍ନ ରହିବା ସହ ତୁହାକୁ ତୁହା ପ୍ରବଳ ବର୍ଷା ହେଉଛି । ଏଥିସହ ଝଲକା ଝଲକା ଦମକା ପବନ ମଧ୍ୟ ବଡୁଛି । ବର୍ଷା ଓ ପବନ ଯୋଗୁଁ କେତେକ ସ୍ଥାନରେ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଘଟିଥିବା ବେଳେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଲଘୁଚାପଜନିତ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ୍‌କୁ ଆଜି ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ବର୍ଷାର ପରିମାଣ ବଢ଼ିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ad-week
Leave A Reply

Your email address will not be published.